ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହାନାଗା ଟ୍ରେନ ଦୁର୍ଘଟଣା ରେ ମୃତ ଙ୍କ ଆତ୍ମା ର ସଦ୍ଗତି ପାଇଁ ବିଭିନ୍ନ ଅନୁଷ୍ଠାନ ର ଶୋକ ସଭା ତଥା କ୍ୟାଣ୍ଡଲ ଯାତ୍ରା  

ତେନ୍ତୁଳିଖୁଣ୍ଟି ୦୪/୦୬/୨୩ / ବାଲେଶ୍ୱର ର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତକ ଙ୍କ ଆତ୍ମା ର ସଦ ଗତି ନିମନ୍ତେ ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ରେ ବିଭିନ୍ନ ଅନୁଷ୍ଠାନ ର ଶୋକ ସଭା ତଥା କ୍ୟାଣ୍ଡଲ ଯାତ୍ରା। ଖାତିଗୁଡା ଜେ ଇ ଏଲ ସି ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଶୋଭା ଯାତ୍ରା ଖାତିଗୁଡା ଚର୍ଚ୍ଚ ରୁ ଖାତିଗୁଡା ଏସ ବି ଆଇ ବ୍ୟାଙ୍କ ପର୍ଯ୍ୟନ୍ତ କରିଥିଲେ । ଏଥିରେ କିଶୋର ଚନ୍ଦ୍ର ଛତ୍ରିଆ,ସୁଧୀର ସୁନା,ଗୋପନ ନାୟକ, ଅନିଲ କୁମାର ନାୟକଙ୍କ ସମେତ ଅନେକ କ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ । ସେହି ଭଳି ଖାତିଗୁଡା ମାର୍କେଟ ଛକ ନିକଟରେ ଇନ୍ଦ୍ରାବତୀ ୟୁଥ ଗ୍ରୁପ ,ବଜାର କମିଟି ର ସଭ୍ୟ ବିଭିନ୍ନ ବର୍ଗର ଯୁବକ ତଥା ଜନତା ପ୍ରଦୀପ ପ୍ରଜ୍ଵଳନ କରିି ନିରବ ପ୍ରାର୍ଥନା କରିଥିଲେ ।ଏଥିରେ ସୁଶାନ୍ତ ରାଉତ,,ଦୀପକ ବିଶ୍ୱାଳ,ଗଣେଶ ସାହୁ ,ଇନ୍ଦ୍ର ଜିତ ସାହୁ,ଅକ୍ଷୟ ମହାନ୍ତିଙ୍କ ସମେତ ଅନେକ ଲୋକ ଉପସ୍ଥିତ ତୋହିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନଡ଼ିଆ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା 

masiha

ସାମୁହିକ ନୂଆଖାଇ ଭେଟଘାଟ ପାଇଁ ପ୍ରେସ୍‌ମିଟ୍

Sunil Chandra Nayak

ରେଡକ୍ରସ ଭବନ ଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!