ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଚଢେଇପାହାଡିରେ ଶ୍ରୁଶ୍ରୂଷା ହେଲଥ ରିସର୍ଚ ଫାଉଣ୍ଡେସନ ଆନୁକୁଲ୍ୟରେ ମାଗଣାରେ ଇଲେକ୍ଟ୍ରୋ ହୋମିଓ ଚିକିତ୍ସା ଶିବିର

 ମୟୂରଭଞ୍ଜ -୪/୬ (ମସିହା)ରବିବାର ଦିନ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁର ସହରର ନିକଟବର୍ତ୍ତୀ ଦୁର୍ଗମ ଘଞ୍ଚ ଜଙ୍ଗଲ ମଧ୍ୟରେ ପର୍ବତର ପାଦଦେଶରେ ଅବସ୍ଥିତ ଉପାନ୍ତ ଅଞ୍ଚଳ ଚଢେଇପାହାଡି ଗ୍ରାମପଞ୍ଚାୟତ ଠାରେ ରାଇରଙ୍ଗପୁର ସହରର ଶୁଶ୍ରୂଷା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଏବଂ ଶୁଶ୍ରୂଷା ହ୍ୟାଲଥ୍ ରିସର୍ଚ୍ଚ ଫାଉଣ୍ଡେସନ୍ ତରଫରୁ ଏକ ମାଗଣା ଇଲେକ୍ଟ୍ରୋ ହୋମିଓପ୍ୟାଥି ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ମାଗଣା ସ୍ବାସ୍ଥ୍ୟ ଶିବିରଟି ଶୁଶ୍ରୂଷା ଗ୍ରୁପ୍ ଏବଂ ତତ୍ ସହିତ ରାଇରଙ୍ଗପୁର ସହରର ସ୍ବେଚ୍ଛାସେବୀ ତଥା ଗଢ ସ୍ଥିତ ଐଶନେଶ୍ବର ଶିବ ମନ୍ଦିରର ପୂଜକ ଶ୍ରୀଯୁକ୍ତ ବିଷ୍ଣୁ ଶର୍ମା ଏବଂ ଚଢେଇପାହାଡି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତି ସମ୍ବାରୀ ମୁଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଡାକ୍ତର ମନୋଜିତ୍ ଆଚାର୍ଯ୍ୟ ଉପସ୍ଥିତ ର‌ହି ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ତତ୍ ସହିତ ମାଗଣା ଇଲେକ୍ଟ୍ରୋ ହୋମିଓପ୍ୟାଥି ଔଷଧ ବଣ୍ଟନ କରିଥିଲେ। ଏଥିରେ ତାଙ୍କ ସହିତ ତାଙ୍କ ସହଯୋଗୀ ଦଳ‌ ଉପସ୍ଥିତ ରହି ତାଙ୍କୁ ସହଯୋଗ କରିଥିଲେ। ଚଢେଇପାହାଡି ଏବଂ ଏହାର ଆଖପାଖ ଉପାନ୍ତ ଅଞ୍ଚଳରୁ ଅନେକ ଲୋକ ଏହି ସ୍ବାସ୍ଥ୍ୟ ଶିବିରକୁ ଆସି ଏହାର ଲାଭ ଉଠାଇଥିଲେ। ଯେଉଁ ଅଞ୍ଚଳରେ ଡାକ୍ତରୀ ସେବା ପହଞ୍ଚିବାରେ ଅସୁବିଧା ହେଉଛି ସେହି ଅଞ୍ଚଳକୁ ଯାଇ ଆମେ ସ୍ବାସ୍ଥ୍ୟସେବା ପ୍ରଦାନ କରିବୁ ବୋଲି ଡଃ ଆଚାର୍ଯ୍ୟ କହିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଝାଡ଼ାବାନ୍ତି ଘଟଣା ଅନୁଧ୍ୟାନ କରିବାକୁ ଟିର୍ଲିଆମ ଗାଁରେ ପହଞ୍ଚଲେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ

Sunil Chandra Nayak

ଉତ୍କଳ ଆଲୁମିନା ଗୋଷ୍ଠୀ ସ୍ବାସ୍ଥ୍ୟ ସୁରକ୍ଷିତ ରଖୁବାକୁ ବ୍ୟାପକ ଡାଇରିଆ ସଚେତନତା ଅଭିଯାନ ସମାପ୍ତ କଲା

masiha

ଜୁନାଗଡ଼ ଠାରେ କେନ୍ସର ସ୍କ୍ରିନିଙ୍ଗ ଟେଷ୍ଟ ଅନୁଷ୍ଠିତ 

masiha

Leave a Comment

error: Content is protected !!