ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର 

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଆଜି ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଥିଲା। ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାର ରେ ଅନୁଷ୍ଠିତ ଏହି ଶିବିରରେ ୩୬ ଜଣ ରକ୍ତଦାନ କରିଥିଲେ। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଏବଂ ଉପଖଣ୍ଡ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ପ୍ରମୁଖ ନିମନ୍ତ୍ରିତ ଅତିଥି ଙ୍କ ଦ୍ଵାରା ପୁଣ୍ୟାତ୍ମା ଗୋପବନ୍ଧୁ ଙ୍କ ଫଟୋ ରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା କରିବା ପରେ ରକ୍ତଦାନ ଶିବିର ଆରମ୍ଭ ହେଇଥିଲା। ଧର୍ମଗଡ ବ୍ୟବସାୟୀ ସଂଘ ସଭାପତି ତଥା ଗୋପବନ୍ଧୁ ସ୍ମୃତି କମିଟି ଅବାହକ ବିଦ୍ୟାଧର ସାହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ଶିବିରରେ ଡାକ୍ତର ଅଶ୍ୱିନୀ କୁମାର କର, ଡାକ୍ତର ଶୈଳେଶ ଦୋରା , ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ଅଗ୍ରୱାଲ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ସାମ୍ବାଦିକ ଇଙ୍ଗିତ ପଣ୍ଡା, ମାରୱାଡି ମହିଳା ସମିତି, ମହିଳା ମହାବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ, ମୁସଲିମ ଜମାତ, ରାଜିନ୍ଦ୍ର ଦୁରିଆ, ଅଧ୍ୟାପକ ମୋହନ ବିଶି, ଅଧ୍ୟାପକ ବଙ୍କିମ ମୁଣ୍ଡ, ଅଧ୍ୟାପକ ସଞ୍ଜୀବ ମୁଣ୍ଡ, ଅଧ୍ୟାପିକା ଡଃ ପଦ୍ମାଳୟା ଦଣ୍ଡସେନା, ଶାନ୍ତନୁ ମୁଣ୍ଡ, ଭରତ କାଣ୍ଡ, ରକ୍ତଭଣ୍ଡାର କର୍ମକର୍ତ୍ତା ରାକେଶ ସିଂ, ସୁରେନ୍ଦ୍ର ସାହୁ, ପଞ୍ଚାନନ ମାଝି, ରିଙ୍କୁ ମଙ୍ଗରାଜ , ନୟନ ନାଗ ପ୍ରମୁଖ ଉପସ୍ଥିତ ଏହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ସମାଜ ଜିଲା ପ୍ରତିନିଧି ପ୍ରଶାନ୍ତ ପଣ୍ଡା ଏବଂ ଧର୍ମଗଡ ସମାଜ ପ୍ରତିନିଧି ସୁବ୍ରତ ପଣ୍ଡା ଶିବିର ସଂଯୋଜନା କରିଥିଲେ। 

       ଏହି ଶିବିରରେ ପ୍ରତାପ କିଶୋର ବାରିକ, ବେବି ସାହୁ, ରଫିଉଦ୍ଦିନ ଖାନ , ସୁଜିତ କୁମାର ପଣ୍ଡା, ସାନୂର୍ଯ୍ୟ ଗୋପାଲ, ସିମାଞ୍ଚଳ ଗୋପାଲ, ଅନୁପ ରଞ୍ଜନ ପଣ୍ଡା, ସୁବେସ ପଣ୍ଡା, ଶ୍ୱେତପଦ୍ମା କର, ସରିତା ଗୋୟଲ୍, ଯୁବରାଜ ବରିହା, ସୁଜିତ କୁମାର ନାଏକ, ସୌରଭ କୁମାର ମୁଣ୍ଡ, ସାହିଲ କୁମାର ଅଗସ୍ତି, ମହମ୍ମଦ ମୁସ୍ତାକିମ୍, ରଞ୍ଜିତା ଅଗ୍ରୱାଲ, ହେମନ୍ତ କୁମାର ପୃଷ୍ଟି, ଆବିଷ୍କାର ବେହେରା, ସ୍ୱପ୍ନା ଅଗ୍ରୱାଲ, ହିମାଦ୍ରି ସେନାପତି, ଯଶୋବନ୍ତ ସେଠୀ, ପୂର୍ବ କେତକୀ, ପ୍ରଦୀପ କୁମାର ଅଗ୍ରୱାଲ, ଜୟନ୍ତୀ ସୁନାନି ,ରଞ୍ଜନ କୁମାର ପାଢ଼ୀ, ଶ୍ୟାମସୁନ୍ଦର ମାଝୀ, ପବିତ୍ର ପୁଞ୍ଜି, ଗୀତାଞ୍ଜଳି ବାରିକ, ଲିଜା ବାରିକ, ସୁବ୍ରତ ପଣ୍ଡା ପ୍ରମୁଖ ୩୬ ଜଣ ରକ୍ତଦାନ କରିଥିଲେ।

ବ୍ୟୁରୋ ରିପୋର୍ଟ….

Related posts

ଦୁର୍ଘଟଣା ର ଶିକାର ହୋଇଥିବା ଦିବ୍ୟାଙ୍ଗ ଙ୍କୁ ସହାୟତା ହାତ ବଢ଼ାଇଲେ ସମାଜସେବୀ

୧- ମୃତ ହାତୀର କଙ୍କାଳ ଉଦ୍ଧାର ,୨- ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା, ୩- ବଜ୍ରପାତରେ ଦୁଇ ଭଉଣୀ ଗୁରୁତର,୪- ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ,୫- ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

Sunil Chandra Nayak

ଝରୀଗାଁ ନିର୍ବାଚନ ମଣ୍ଡଳୀରୁ ସରକାରୀ ବସ ଚଳାଚଳ ଓ +୩ବିଜ୍ଞାନ କଲେଜ ପାଇଁ ବିଧାୟକଙ୍କ ଦାବୀ 

masiha

Leave a Comment

error: Content is protected !!