ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୩୦ ସୁଦ୍ଧା ଜିଲ୍ଲାର ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଦୁଇଦିନିଆ କର୍ମଶାଳା 

“ଦୀର୍ଘସ୍ଥାୟୀ ବିକାଶ ପାଇଁ କ୍ଷେତ୍ର ଅଧିକାରୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ମଧ୍ୟରେ ସମନ୍ନ୍ବୟ ଅତ୍ୟନ୍ତ ଜରୁରୀ-ଜିଲ୍ଲାପାଳ”

ରାୟଗଡ:-ତା.୨୯/୧୨-ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଉପଯୁକ୍ତ ଯୋଜନା ଓ କାର୍ଯ୍ୟ ସୂଚୀ ଅନୁସାରେ କାର୍ଯ୍ୟ କରିବାକୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ କୃଷ୍ଣ ମୋହନ ଖଟୋଇ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ରାଜ୍ୟ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ର ସଫଳ ରୂପାୟନ ନିମିତ ରାୟଗଡ଼ ଜିଲ୍ଲା କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ନେଇ ୨ ଦିନିଆ କାର୍ମଶାଳା ଅନିଷ୍ଠିତ ହୋଇଥିଲା । ଏହାକୁ ଉଦ୍ଘାଟନ କରି ଅତିରିକ୍ତ ସଚିବ କୃଷ୍ଣ ମୋହନ ଖଟୋଇ ଜନସାଧାରଣ ପାଇଁ ଦୀର୍ଘ ସ୍ଥାୟୀ ଆର୍ଥିକ, ସାମାଜିକ ଓ ପରିବେଶ ବିକାଶ କୁ ସୁନିଷ୍କିତ କରିବା ପାଇଁ ମିଳିତ  ଜାତିସଂଘ ୧୭ ଗୋଟି ପ୍ରମୁଖ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ଭାବେ ଚିହ୍ନଟ କରାଯାଇଛି । ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ କୃଷ୍ଣ ମୋହନ ଖଟେଇ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ହାସଲ ପାଇଁ ସ୍ଥାନୀୟ ଅଞ୍ଚଳର ବିବିଧ ସମସ୍ଯା ଓ ଆବଶ୍ୟକତା କୁ ଅନୁଧ୍ୟାନ କରି ଆଶୁ ସମାଧାନ ଦିଗରେ ପଦକ୍ଷେପ ନେବା ସହ ଯୋଜନା କୁ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ଵ ଦେଇଥିଲେ । ପୂର୍ବରୁ ୨୭ ଟି ଜିଲ୍ଲାରେ ଏହି ପ୍ରଶିକ୍ଷଣ ଶିବିର ସରିଥିବା ବେଳେ ରାୟଗଡ଼ ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଅଛି । ଜିଲ୍ଲାପାଳ ସ୍ଵଧା ଦେବ ସିଂ ଦୀର୍ଘସ୍ଥାୟୀ ବିକାଶ ପାଇଁ କ୍ଷେତ୍ର ଅଧିକାରୀ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ମଧ୍ୟରେ ସମନ୍ନ୍ବୟ ଓ ପ୍ରତିବଦ୍ଧତା ଅତ୍ୟନ୍ତ ଜରୁରୀ ବୋଲି କହିବା ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା, ସ୍ଥାନୀୟ ସମ୍ବଳର ଉପଯୋଗ କରିବା ଉପରେ ଗୁରୁତ୍ଵ ଦେଇଥିଲେ ।

ଭିଡିଓ କନଫାରେନ୍ସ ମାଧ୍ୟମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ରାୟଗଡ଼ ଜିଲ୍ଲାର ଦୀର୍ଘସ୍ଥାୟୀ ବିକାଶ ପରିଷଦ ର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ ଓ ରାୟଗଡ଼ ଯୋଜନା ଓ ସଂଯୋଜନା କାର୍ଯ୍ୟ।ଳୟର ସହାୟକ ନିର୍ଦେଶିକା ଜୟନ୍ତୀ ମାଳା ନାୟକ କାର୍ଯ୍ୟ କ୍ରମର ଲକ୍ଷ, ଉଦେଶ୍ୟ ଓ ଆଭିମୁଖ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ବିଷୟ ବିଶାରଦ ଭାବେ ଡାଃ ଉପାସନା ମହାପାତ୍ର, ସୁନ୍ଦର ନାରାୟଣ ମିଶ୍ର, ଭାସ୍କର ବୋରାହ, କାଭ୍ୟା ରାଓ ପ୍ରମୁଖ ପ୍ରଶିକ୍ଷଣ  ପ୍ରଦାନ କରିଥିଲେ। ୨ ୟ ଦିବସରେ ରାୟଗଡ଼ ସଦର ବ୍ଲକ ପିତାମହଲ ପଞ୍ଚାୟତ ଓ କୋଲନରା ବ୍ଲକ ର ଖେଦାପଡା କ୍ଷେତ୍ରକୁ ପ୍ରଶିକ୍ଷାର୍ଥୀ ମାନେ ପରିଦର୍ଶନ କରିବେ ବୋଲି ଜଣା ଯାଇଛି ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ବସଷ୍ଟାଣ୍ଡ ନା ମାର୍କେଟ କମ୍ପ୍ଲେକ୍ସ , ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

masiha

ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଭଵ୍ୟ କଳସ ଯାତ୍ରା 

masiha

Leave a Comment

error: Content is protected !!