ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ପ୍ରାର୍ଥୀ ପତ୍ର ପ୍ରତ୍ୟାହାର 

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ପ୍ରାର୍ଥୀ ପତ୍ର ପ୍ରତ୍ୟାହାର 

ନବରଙ୍ଗପୁର:(୮|୫)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ଵାଚନ ପ୍ରକ୍ରିୟାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ୩ଟି କାର୍ଯ୍ୟକାରୀ ସଦସ୍ୟ ପଦବୀରେ ୪ ଜଣ ନାମାଙ୍କନ କରିଥିବା ବେଳେ ଆଇନଜିବୀ ଶ୍ରୀନିବାସ ପାତ୍ର ନିଜ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଏହି କ୍ରମରେ ପ୍ରାର୍ଥୀ ରୂପେ ସଭାପତି ପଦବୀ ପାଇଁ ସିରାଜୁଦ୍ଦିନ ଅହମ୍ମଦ ଓ ସନ୍ତୋଷ କୁମାର ମିଶ୍ର,ସମ୍ପାଦକ ପଦବୀ ପାଇଁ ତପନ କୁମାର ସିଂ ଓ କିଶୋରୀ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଅହ୍ଲାଇଛନ୍ତି। ଅପରପକ୍ଷେ ଉପ ସଭାପତି ପଦବୀ ପାଇଁ ସ୍ନେହଲତା ଦେବୀ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସ୍ୱାଗତିକା ସାମନ୍ତରାୟ, କୋଷାଧକ୍ଷ ପଦବୀ ପାଇଁ ଶେଖ ବାବା ଅଲିଶା, କାର୍ଯ୍ୟକାରି ସଦସ୍ୟ ପଦବୀ ପାଇଁ ପ୍ରଶାନ୍ତ ପଟ୍ଟନାୟକ, ଗୋପାଳ ଶତପଥୀ ଓ ବାଲାଜୀ ପ୍ରସାଦ ମିଶ୍ର ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି। ଚଳିତ ନିର୍ବାଚନରେ ମୋଟ ୯ ଗୋଟି ପଦବୀ ପାଇଁ ୧୧ ଜଣ ନାମାଙ୍କନ ଦାଖଲ କରିଥିଲେ। ୩୦% ମହିଳା ଆଇନଜିବୀ ମାନଙ୍କ ପାଇଁ ସଂରକ୍ଷିତ ୩ ଟି ପଦବୀ ମଧ୍ୟରୁ କାର୍ଯ୍ୟକାରି ସଦସ୍ୟା ପଦବୀରେ ନାମାଙ୍କନ ହୋଇ ନଥିବାରୁ ଏହି ପଦବୀ ଖାଲି ପଡିଛି। ଆଗାମି ୨୩ ତାରିଖ ଦିନ ସଭାପତି ଓ ସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ। ଉକ୍ତ ଦିବସରେ ସକାଳ ସାଢ଼େ ୭ ଘଣ୍ଟାରୁ ମଧ୍ୟାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅପରାହ୍ନ ୪ଘଣ୍ଟାରୁ ଭୋଟ ଗଣତି ଓ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଉକ୍ତ ଦିବସରେ ମୋଟ ୧୮୬ ଜଣ ଆଇନଜୀବୀ ମାନେ ନିଜ ନିଜ ମତ ସାବ୍ୟସ୍ତ କରିବେ। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସରୋଜ କୁମାର ବେହେରା,ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରୁଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୁସୁମୀ ବ୍ଲକର ଯୋଡାପୋଖରୀ ଗ୍ରାମରେ ଜନଶୁଣାଣି ଅନୁଷ୍ଠିତ

ଶ୍ରୀ ଜଗନ୍ନାଥ ସୌରଭ ସମ୍ଭାଇ ସତସଙ୍ଗ ଓ 1805 ରୁ 1887 ରଥଯାତ୍ରା ଉତ୍ସବ ର ଏଆଇ ଭିଡ଼ିଓ ଫିଲ୍ମ ଲୋକାର୍ପିତ 

ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନ ସହଭାଗିତା ଉପରେ ତାଲିମ 

masiha

Leave a Comment

error: Content is protected !!