ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ  ଭୁବନେଶ୍ଵର ର ଡାଇନାମିକ ଥୁଏଟର ର ଶୁଣ ସୃଜନେ ମଞ୍ଚସ୍ଥ 

“ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ 

ଭୁବନେଶ୍ଵର ର ଡାଇନାମିକ ଥୁଏଟର ର ଶୁଣ ସୃଜନେ ମଞ୍ଚସ୍ଥ 

ରାଉରକେଲା : ଚିନ୍ତା ପ୍ରତିମା ବହୁଭାଷୀ ନାଟକ ମହୋତ୍ସବ ର ଦ୍ବିତୀୟ ଦିବସରେ ଭୁବନେଶ୍ୱରର ନାଟ୍ୟ ଅନୁଷ୍ଠାନ ଡାଇନାମିକ ଥିଏଟର ତରଫରୁ ନାଟ୍ୟକାର ବିଶ୍ବଜିତ ଦାସଙ୍କ ଶୁଣ ସୃଜନେ ନାଟକ ମଞ୍ଚସ୍ଥ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ପ୍ରତିଜ୍ଞା ପଲେଇ, ଉପାଧ୍ୟକ୍ଷା , ଦୀପିକା ମହିଳା ସଂହତି , ମୁଖ୍ୟ ଅତିଥି ଏବଂ ପ୍ରତାପ କୁମାର ସ୍ଵାଇଁ , ପୂର୍ବତନ ସହର ସେବା ମୁଖ୍ୟ , ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ନାଟ୍ୟ ନିର୍ଦ୍ଦେଶକ ତଥା ସୁସଙ୍ଗଠକ ଶରତ କୁମାର ଦାସଙ୍କୁ ପ୍ରଥମ “ଚିନ୍ତା- ପ୍ରତିମା ନାଟ୍ୟବନ୍ଧୁ ସମ୍ମାନ” ପ୍ରଦାନ କରାଯାଇଥିଲା । ପ୍ରୟାସ , ରାଉରକେଲାର କୋଷାଧ୍ୟକ୍ଷ ସୁଶାନ୍ତ ଦଳାଇ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ | ନାଟକର ସାରକଥା ହେଲ, ଏ ସମାଜରେ ସବୁ ମଣିଷ ସମାନ ନୁହଁନ୍ତି | କିଛି ମୁଖାପିନ୍ଧା ମଣିଷ ମଧ୍ୟ ଅଛନ୍ତି , ଯେଉଁମାନେ ନିଜର ଅସଲ ସଇତାନ ରୂପକୁ ଭଦ୍ରଲୋକର ବେଶ ପୋଷାକ ମଧ୍ୟରେ ଲୁଚେଇ ରଖନ୍ତି | ପୁଣି ବେଳେବେଳେ ଦେଖାଯାଏ , ଋକ୍ଷ, କଠୋର , ଗୁଣ୍ଡା ଭଳି ଦିଶୁଥିବା ଲୋକଟା ବାସ୍ତବରେ ଖାଣ୍ଟି ମଣିଷ ପଣିଆର ଅଧିକାରୀ ହୋଇଥାଏ | ଏହିଭଳି କାହାଣୀକୁ ନେଇ ଗତିଶୀଳ ହୋଇଛି ନାଟକ “ଶୁଣ ସୁଜନେ” । ଏହି ନାଟକରେ ଅଭିନୟ କରିଛନ୍ତି ସର୍ବଶ୍ରୀ ନବୀନ କୁମାର ପରିଡା, ସୌମ୍ୟଶୋଭନ ନାୟକ, ଭକ୍ତିରଞ୍ଜନ ଦାସ, ହିମାଂଶୁ ବେହେରା, ସ୍ମୃତିଶ୍ରଦ୍ଧା ବିଶ୍ୱାଳ, ସିଦ୍ଧାନ୍ତ ବଳିୟାରସିଂହ, ଦେବବ୍ରତ ପଟ୍ଟନାୟକ ପ୍ରମୁଖ | ମଞ୍ଚ ପଛରେ ସହଯୋଗୀ ନିର୍ଦ୍ଦେଶକ ଭାବେ ହିମାଂଶୁ ବେହେରା, ମଞ୍ଚ ପରିଚାଳନା ରେ ସ୍ମୃତିଶ୍ରଦ୍ଧା ବିଶ୍ୱାଳ ଏବଂ ସିଦ୍ଧାନ୍ତ ବଳିୟାରସିଂହ ମଞ୍ଚସଜ୍ଜା ରେ ପ୍ରଂଜ୍ଞାଦତ୍ତ ସାହୁ, ସଂଗୀତ ରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକ ରେ ଅଭିଜିତ ବିଶ୍ୱାଳ, ରୂପସଜ୍ଜା ରେ ମାନସ ପ୍ରଧାନ ଓ ଯୁବ ନିର୍ଦ୍ଦେଶକ ଭାବେ ଦେବବ୍ରତ ପଟ୍ଟନାୟକ ଦାୟିତ୍ଵ ତୁଲାଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡା :- ଚାନ୍ଦିଲି ପୋଲିସ ପକ୍ଷରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Sunil Chandra Nayak

ଵଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା

Sunil Chandra Nayak

Leave a Comment

error: Content is protected !!