ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା  ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ 

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା 

ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା ୧୧.୧୨.୨୦୨୪) ରବି ନାରାୟଣ ମହାନ୍ତି //  କାଲି ୧୦.୧୨.୨୦୨୪ ତାରିଖ ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ,ଅନୁଷ୍ଠାନକୁ ସମ୍ମାନୀତ ପୂର୍ବକ ପଲ୍ଲୀଶ୍ରୀ ମେଳା ର ଉଦଯାପନ ହୋଇଯାଇଅଛି।ଗତ ୬ ତାରିଖ ରୁ ଆରମ୍ଭ ହୋଇଥିଲା ମଣ୍ଡେଇ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଏବଂ ଦୈନିକ ହଜାର ହଜାର ଲୋକଙ୍କ ଅତ୍ୟନ୍ତ ଭିଡ଼ ମଧ୍ୟରେ ଜିଲ୍ଲାବାସୀ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଗତ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ବକ୍ତବ୍ୟରେ ମଣ୍ଡେଇ ମହୋତ୍ସବ -୨୦୨୪ ର ସଫଳତା ପୂର୍ବକ ସମ୍ପର୍ନ୍ନ ହେତୁ ଜିଲ୍ଲାବାସୀ ଙ୍କ ସହଯୋଗ,ସମସ୍ତ ଜିଲ୍ଲା ଜନପ୍ରତିନିଧି,ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ,ସମିତି ସଭ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ,ବିଭିନ୍ନ କମିଟି ର ଅଧ୍ୟକ୍ଷ ,ସଭ୍ୟ ସଭ୍ୟା, ସ୍ଵେଚ୍ଛାସେବୀ ,ସହରର ବୁଦ୍ଧିଜୀବୀ, ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, ଗଣମାଧ୍ୟମ ପ୍ରତିନିଧି, ଉଦଘୋଷକ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସଙ୍ଗେ ସଙ୍ଗେ ଏହି ମହୋତ୍ସବ କୁ ଭବିଷ୍ୟତରେ ଆହୁରି ଉଚ୍ଚ ସୋପାନ କୁ ନେବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ମଞ୍ଚରେ ପୂଜାର୍ଚ୍ଚନା ପରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ୍ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ନବିନ ଚନ୍ଦ୍ର ନାୟକ, ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ,ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର ମଣ୍ଡେଇ ମହୋତ୍ସବ ର ଉଦଯାପନ ବକ୍ତବ୍ୟ ରଖିଥିଲେ।ସଭାଟିକୁ ତେନ୍ତୁଳିଖୁଣ୍ଟି ବି ଡି ଓ ମନୋଜ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ ।

ଜିଲ୍ଲାପାଳ ପ୍ରଥମେ ସମସ୍ତ ୧୦ ଟି ବ୍ଲକର ଅଧକ୍ଷ, ଉପାଧ୍ୟକ୍ଷ ଏବଂ ବି ଡି ଓ ଙ୍କୁ ବ୍ଲକ୍ ସ୍ତରରେ ସଫଳ ଓ ଆକର୍ଷଣୀୟ ଭାବେ ବ୍ଲକ ସ୍ତରୀୟ ମଣ୍ଡେଇ ମହୋତ୍ସବ ସମାପନ କରିଥିବାରୁ କୃତଜ୍ଞତା ସ୍ଵରୂପ ମାନପତ୍ର, ଉପଢୌକନ, ମୋମେଣ୍ଟୋ ପ୍ରଦାନ କରିଥିଲେ।ସେଭଳି ବିଭନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶଙ୍କର ପଟ୍ଟନାୟକ, ସରିତା ଗରଡ଼ା , ପାର୍ଥନା ମିଶ୍ର, ଏଲ ସ୍ନିଗ୍ଧା,ବାସନ୍ତୀ ପଙ୍କ, ସାହିଲ ବାଗ, କାମାକ୍ଷା ତ୍ରିପାଠୀ, ସାବିତ୍ରୀ ପାଳକା ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।ଲୋକଗୀତ , ରୀଲ୍ସ, ୱାଲ୍ ପେଣ୍ଟିଂ ଚିତ୍ରାଙ୍କନ,ମେହେନ୍ଦି ,ପାରମ୍ପରିକ ବେଶ ଭୂଷା ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ରାଜ୍ୟ ସ୍ତରୀୟ ୧୭ ବର୍ଷ ବୟସ୍କ ମଧ୍ୟରେ ଅନୁଷ୍ଠିତ ମହିଳା ଫୁଟବଲ ପ୍ରତିଯୋଗିତା ରେ ଦ୍ବିତୀୟ ସ୍ଥାନ ଲାଭ କରିଥିବା ନବରଙ୍ଗପୁର ଜିଲ୍ଲା ଟିମ ର ସମସ୍ତ ଖେଳାଳି,ରାଜ୍ୟ ସ୍ତରୀୟ ୧୪ ବର୍ଷ ବୟସ୍କ ମଧ୍ୟରେ ଅନୁଷ୍ଠିତ ହକି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଲାଭ କରିଥିବା ନବରଙ୍ଗପୁର ଜିଲ୍ଲା ଟିମ୍ କୁ, ରାଜ୍ୟ ସ୍ତରରେ ୧୭ ବର୍ଷ ବୟସ୍କ ମଧ୍ୟରେ ତାଇକୁଣ୍ଡୋ ରେ ତେଜସ୍ଵୀନୀ ପୂଜାରୀ,୬୦୦ ମିଟର ରନିଂ ରେ ବୈକୁଣ୍ଠ ଭତ୍ରା ଏବଂ ରିତା ମାଝୀ, ଡିସ୍କସ୍ ଥ୍ରୋ ରେ ଜିନା ମୁଦୁଲି ସହ କାର୍ତ୍ତିକ ଭତ୍ରା ଙ୍କ ସହ ୧୮ ଜଣ ଆଦିବାସୀ କଳାକାର ନୃତ୍ୟ ଗୁରୁ,ସଂଗୀତ ଗୁରୁ,ନାଟ୍ୟ ଗୁରୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅଗ୍ନିଶମ,ପୋଲିସ,ସ୍ୱାସ୍ଥ୍ୟ,ଆଇ ଟି ଡି ଏ,ମ୍ୟୁନିସିପାଲଟି ନବରଙ୍ଗପୁର ଓ ଉମରକୋଟ କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ପ୍ରଦର୍ଶନୀ ଷ୍ଟଲ ରେ ଉଦ୍ୟାନ ଓ ବନ ବିଭାଗ ଯୁଗ୍ମ ଭାବେ ପ୍ରଥମ,ଜଳ ବିଭାଜିକା ଦ୍ୱିତୀୟ ଏବଂ ଆଇ ଟି ଡି ଏ ତୃତୀୟ ପୁରସ୍କାର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ।ମଞ୍ଚରେ ୨୨ ଟି ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ଢେମ୍ସା ନୃତ୍ୟ,ଆଦିବାସୀ ନୃତ୍ୟ, ରିଁଯୋଡ଼ି ନୃତ୍ୟ, ଦଣ୍ଡ୍ରି ନୃତ୍ୟ ପରିବେଷଣ ସହ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

( ମ ନି ସ )

Related posts

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

masiha

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ

Sunil Chandra Nayak

କୋଟେନ ଗାଁ ରେ କୋଟେନ ବୁଡି ଙ୍କ ଦଶହରା ଓ ଝିଅ ମାନଙ୍କ ଜହ୍ନି ଓଷା ପର୍ବ ପାଳିତ

masiha

Leave a Comment

error: Content is protected !!