ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବିଧାୟକ ବିଧାନସଭାରେ ଧୋଡ୍ରାକୁ ନୂତନ ବ୍ଳକ କରାଯିବା ନେଇ ରଖିଥିଲେ ଦାବୀ

ଝରିଗାଁ ବିଧାୟକ ବିଧାନସଭାରେ ଧୋଡ୍ରାକୁ ନୂତନ ବ୍ଳକ କରାଯିବା ନେଇ ରଖିଥିଲେ ଦାବୀ

ନବରଙ୍ଗପୁର:(୧୧|୧୨)ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀ ର ବିଧାୟକ ନରସିଂ ମାଝୀ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ଜନସାଧାରଣଙ୍କ ଅସୁବିଧା ଦେଖି ଧୋଡ୍ରାକୁ ବ୍ଳକ କରାଯିବା ନେଇ ବିଧାନସଭାରେ ରଖିଥିଲେ ଦାବୀ l ବିଧାନସଭା ଚାଲୁ ରହିଥିବା ସମୟରେ ବିଧାନସଭା ଗୃହର ଅଧ୍ୟକ୍ଷ ଙ୍କୁ ସୂଚନା ଦେଇଥିଲେ l ତାଙ୍କ ନିର୍ବାଚନମଣ୍ଡଳୀ ର ଧୋଡ୍ରା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ l ଝରିଗାଁ ବ୍ଳକ କୁ ଏଠାକାର ଲୋକେ ୩୦ ରୁ ୩୫ କିମି ଯିବାକୁ ପଡୁଥିବା ବେଳେ ଏଠାରୁ ଯିବାକୁ ହେଲେ ଉମରକୋଟ ଦେଇ ଝରିଗାଁ କୁ ଯିବାକୁ ପଡି ଥାଏ l ଏଥିନେଇ ସମୟ ଅଧିକ ଲାଗିଥାଏ l ଆଖାପାଖର ପଞ୍ଚାୟତର ଲୋକେ ଝରିଗାଁ ବ୍ଳକ କୁ ଯିବାକୁ ହେଲେ ୪୦ ରୁ ୫୦ କିମି ଦୂରତ୍ୱ ପଡିଥାଏ l ଉକ୍ତ ସ୍ଥାନକୁ ଉମରକୋଟ ଭାୟା ଦେଇ ଆସିବାକୁ ପଡୁଥିବା ବେଳେ ସିଧା ସଳଖ ଧୋଡ୍ରାକୁ ଆସିବାକୁ ବସ୍ ସକାଳ ସମୟରେ ନାହିଁ, ଯାହାକି ସନ୍ଧ୍ୟା ସମୟରେ ଚନ୍ଦାହାଣ୍ଡି ରୁ ବ୍ରହ୍ମପୁର ଗୋଟିଏ ବସ୍ ରହିଛି l ଏଣୁ ଏଠାକାର ଲୋକେ ବ୍ଳକ କୁ ଯାଇ ନିଜ କାମ କରିବା ଅସୁବିଧା ହେଉଛି l ଉକ୍ତ ସ୍ଥାନରେ ନୂତନ ବ୍ଳକ ଘୋଷାଣ କରାଗଲେ ଏ ଅଞ୍ଚଳର ଜନସାଧାରଣ ସୁବିଧା ପାଇ ପାରନ୍ତେ l ଧୋଡ୍ରାକୁ ନୂତନ ବ୍ଳକ ଘୋଷଣା କରାଯିବା ନେଇ ଆଗରୁ ପାଞ୍ଚ ଥର ଦାବୀ ହୋଇ ଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନ ଥିବାରୁ ଆଜି ବିଧାନସଭା ଚାଲିଥିବା ବେଳେ ଝରିଗାଁ ବିଧାୟକ ଶ୍ରୀ ଭତ୍ରl ନିଜେ ଠିଆ ହୋଇ ତାଙ୍କ ନିର୍ବାଚନ ମଣ୍ଡଳୀ ସମସ୍ୟା ଉପରେ ଗୃହର ଅଧ୍ୟକ୍ଷ ଙ୍କୁ ଧୋଡ୍ରାକୁ ନୂତନ ବ୍ଳକ କରାଯିବାପାଇଁ ଦାବୀ ଉପସ୍ଥାପନ କରିଥିଲେ l 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୁଖ୍ୟ ରାସ୍ତା ରେ ଅବାଧରେ ବୁଲୁଥିବା ଗାଈଗୋରୁ ଙ୍କୁ ଅଟକ ରଖିଲା ଧର୍ମଗଡ ଏନଏସି

Sunil Chandra Nayak

ପରିବେଶ ସଚେତନତା ଶିବିର ଅନୁଷ୍ଠିତ

masiha

ଖଣି କମ୍ପାନୀ ଆସୋସିଏସନ୍ମ ରେ ରହି କମିଶନ କିଏ ଖାଇ ସର୍ବେସର୍ବା ବନିଛି ସଂଘର ? ଗାଡ଼ି ମାଲିକ ହତାଶ

masiha

Leave a Comment

error: Content is protected !!