ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

ରାଇରଙ୍ଗପୁର ରେ ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା 

ରାଇରଙ୍ଗପୁର- ୧୧/୧୨ // ବିଦ୍ୟୁତ କର୍ମଚାରୀ ସ୍ବପ୍ନ ଦେଖିଥିଲେ ଟାଟା ପାଓ୍ଵାର ସେମାନଙ୍କ ସମସ୍ୟା , ଆର୍ଥିକ ବୃଦ୍ଧି , ସୁରକ୍ଷା ନେଇ କାମ କରିବା ସହ ସାଧାରଣ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବ । କିନ୍ତୁ ବାସ୍ତବରେ ତାହା ହେଲା ନାହିଁ ।ଦିନକୁ ଦିନ ଟାଟା ପାଓ୍ଵାର କମ୍ପାନୀ ତରଫରୁ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ଜୁଲୁମ,ବନମାଳୀ ବୃଦ୍ଧି ପାଉଛି । ଯାହାକୁ ନେଇ ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସେକ୍ସନ ସମ୍ମୁଖରେ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି ‌। ସେମାନଙ୍କ ଦାବି ହେଲା ସେମାନଙ୍କୁ ଧାର୍ଯ୍ୟ ସମୟରେ‌ଦରମା ମିଳୁ ନାହିଁ, ।ଶ୍ରମ ଆଇନ ଉଲ୍ଲଂଘନ କରାଯାଇ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ଆଇଏସଆଇ ଓ ଇପିଏଫ ପ୍ରଦାନରେ ଅନିୟମିତତା କରାଯାଉଛି ।ତଦସହ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯୋଗାଇ ଯାଉନାହିଁ ଯାହାଫଳରେ ସେମାନଙ୍କ ଜୀବନ ବିପଦପୁର୍ଣ ହେଉଛି । ତେଣୁ ଏହି ସବୁ ଦାବିନେଇ କଣ୍ଟାବଣୀ,ବିଶୋଇ,ଯାମଦା ,କୁସୁମି,ବହଳଦା ତିରିଂ ସେକ୍ସରେ ଆଉଟସୋର୍ସିଂ କର୍ମଚାରୀମାନେ ଦାବି ଗୁଡ଼ିକ ନେଇ ଧାରଣାରେ ବସିଛନ୍ତି । ରାଇରଙ୍ଗପୁର କଣ୍ଟାବଣୀ ସେକସନରେ କର୍ମଚାରୀ ବିମଳ ମହାନ୍ତ, ସଞ୍ଜୟ ମହାନ୍ତ,ଦିଗବିଜୟ ମହାନ୍ତ,ସୁମନ ବେହେରା,କୁଶଳ ମାରାଣ୍ଡି,ଅମିତ ଶତପଥୀ,ରୁପକ ସାମଲ,ଋଷି ମାରାଣ୍ଡି ସମେତ ବହୁ କର୍ମଚାରୀ ଧାରଣାରେ ବସିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଓଡ଼ିଆ ନବବର୍ଷ ପାଳନ 

Sunil Chandra Nayak

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜଳେଶ୍ଵର ପୌରପାଳିକା କାର୍ଯ୍ୟାଳୟର ସର୍ବ ଭାରତୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!