ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

୬୫ ଜଣ ଛାତ୍ରଛାତ୍ରୀ, ବିପଦ ସଙ୍କୁଳ ଅବସ୍ତାରେ କୋଠରୀ , ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କଲେ ପ୍ରଧାନ ଶିକ୍ଷକ

ବନ୍ଧୁଗାଁ ତା ୨୧/୯/୨୩ କିଛି ବର୍ଷ ହେଉଛି ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଦାସିନୀ ଗାଁର ନୂତନ ପ୍ରାଥମିକ ବିଦ୍ୟାଳୟଟି ଏକ ମାତ୍ର କୋଠରୀ ପୁଣି ଛାତରୁ ସିମେଣ୍ଟ ଖସି ବର୍ଷା ପାଣି ଗଳୁଛି ଓ କେତେ ବେଳେ ଛାତ ପଡ଼ି ଯିବ ଓ ପିଲାଙ୍କ ଜୀବନ ପ୍ରତି ବିପଦ ଥିବା ଖବର ପ୍ରକାଶିତ ହୋଇଥିଲା। ପୁଣି ଉକ୍ତ ସ୍କୁଲ କୋଠରୀକୁ ଲାଗି ଗଣେଶ ରାଚମଲା ଙ୍କ ଦ୍ଵାରା ଅର୍ଦ୍ଧନିର୍ମିତ ସ୍କୁଲ ଗୃହ ନିର୍ମାଣ ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ଟଙ୍କା ପୁଣି ସରକାର ତାଙ୍କ ଠାରୁ ଆଦାୟ କରି ନେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେହି ଘରଟି କେତେ ବେଳେ ଭାଙ୍ଗି ଯିବ ବିପଦପୂର୍ଣ୍ଣ ରହିଛି।ସ୍କୁଲ ନାମରେ ସେହି ସ୍ଥାନରେ ୨୦ ସେଣ୍ଟ ଜମି ମଧ୍ୟ ରହିଛି ଓ ସେହି ଜମିକୁ ଗାଁର କିଛି ଲୋକ ଦଖଲ କରି ରଖିଥିବା ଜାଣିବାକୁ ମିଳିଛି। ଆଜି ସ୍କୁଲ ପ୍ରଧାନ ଶିକ୍ଷକ ହରି ହିମେରିକା ସ୍କୁଲ ଗୃହ ଟି ସଂପୂର୍ଣ୍ଣ ବିପଦ ଥିବା ଦର୍ଶାଇ ସ୍ଥାନୀୟ ବିଡ଼ିଓ ଅଭିଷେକ କୁମାର ସେଠୀ ଓ ସରପଞ୍ଚ ଲକ୍ଷ୍ମୀ କାଡ୍ରାକାଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏକ ମାସ ତଳେ ଜିଲ୍ଲା ସ୍ତରରୁ ସ୍କୁଲ କୋଠରୀରୁ ପାଣି ଗଲୁଥିବ ଜାଣି ମଧ୍ୟ ବିଜୁଳି ୱେରିଂ କରି ସିଲିଙ୍ଗି ଫେନ୍ ନ ଥିଲେ ମଧ୍ୟ ୱେରିଂ ତାର ଲଗାଇ ଚାଲି ଯାଇଥିଲେ।ସ୍କୁଲ କୋଠରୀ ଠିକ ନୁହେଁ କେତେ ବେଳେ ଭାଙ୍ଗି ଯିବ ବିପଦପୂର୍ଣ୍ଣ ଅଛି ପୁଣି ୱେରିଁ ର ଆବଶ୍ୟକତା କଣ ପାଇଁ । ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳୁଛି। ଗତ କାଲି ସନ୍ଧ୍ୟା ୫ ଘଣ୍ଟା ସମୟରେ ସର୍ଟ ସର୍କିଟ ହୋଇ ବିଜୁଳି ତାର ରୁ ନିଆ ଲାଗି ତଳେ ଥିବା କାଗଜ ପତ୍ରରେ ନିଆ ଲାଗି ଥିଲା। ଏହା ଯୋଗୁଁ ଟେବୁଲ ଫେନ୍ ୧ ଟି, ପ୍ଲାଷ୍ଟିକ ଚୌକି ୩ ଟି, ଦରି ୨ ଟି, ପ୍ଲାଷ୍ଟିକ ଷ୍ଟୁଲ ୧ ଟି, ପ୍ଲାଷ୍ଟିକ ବାକେଟ ୧ ଟି ଓ ଷ୍ଟାଣ୍ଡ ଫେନ୍ ୧ ଟି ଜଳି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ତହସିଲଦାର ସଦାଶିବ ଭତ୍ରା ନିଜର ରାଜସ୍ୱ ନିରୀକ୍ଷକ ଅରଚୁତା ନନ୍ଦ ନାୟକ ଙ୍କୁ ପଠାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ଆଜି ପ୍ରଧାନ ଶିକ୍ଷକ ନିଜ ସ୍କୁଲ କୋଠରୀ ସ୍କୁଲ ରେ ପଢୁଥିବା ୬୫ ଜଣ ଛାତ୍ରଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ଗାଁ ଠାରୁ ୨ କିମି ଦୂରରେ ଅବସ୍ଥିତ ମାର୍ଦିଝଲା ଗାଁର ବନ୍ଦ ଥିବା ସ୍କୁଲ କୋଠରୀକୁ ନେଇ ପାଠ ପଡ଼ାଇବା ପାଇଁ ଅନୁରୋଧ କରିଥିଲେ। ସ୍କୁଲରେ ଶିକ୍ଷାଦାନ ପାଇଁ ଆଦିବାସୀ ଛାତ୍ରଛାତ୍ରୀ ଅଛନ୍ତି କିନ୍ତୁ ଏହି ପ୍ରକାର ଅବ୍ୟବସ୍ଥା ମଧ୍ୟରେ ସ୍ଥାନୀୟ ପ୍ରଶାସନ ଜାଣି ନୀରବ ରହିବା  ପାଠ ପଢା ଛାତ୍ର ଛାତ୍ରୀ ମାନଙ୍କ ପାଇଁ କି ପ୍ରକାର ମନଭାବ ରହିଛି ଜାଣିବାକୁ ମିଳିଛି। ଅତି ଶୀଘ୍ର ସ୍କୁଲ ଭାଙ୍ଗି ନୂତନ ବିଦ୍ୟାଳୟ ନିର୍ମାଣ କରିବା ନିମନ୍ତେ ସରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅବିଭାବକ ସମେତ ସମସ୍ତ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା କୁ  ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ

Related posts

Adult literacy school opening at Kantajhar

Sunil Chandra Nayak

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ରେ ସଦୀପ ହେଲେ ପ୍ରଥମ

Sunil Chandra Nayak

Leave a Comment

error: Content is protected !!