ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନକଟିକାନୀ ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୫୧୭ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ନକଟିକାନୀ ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୫୧୭ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ଜୁନାଗଡ଼ ( ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ନକଟିକାନୀ ଗ୍ରାମ ପଞ୍ଚାୟତରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ “ବିନ୍ଦୁମିନା ସେବା ଫାଉଣ୍ଡେସନ” ତରଫରୁ ଅଞ୍ଚଳର ଗରିବ ବୃଦ୍ଧ ବୃଦ୍ଧା, ବିଧବା ମାଁ,ଦିବ୍ୟାଙ୍ଗ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ସମୁଦାୟ ୫୧୭ ଜଣ ହିତାଧିକାରୀଙ୍କୁ ସଂଗଠନ ପକ୍ଷରୁ ଛତା ଓ ଚପଲ ବଣ୍ଟନ କରାଯାଇଛି।ଏହି ବିତରଣ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗରିବ ଓ ଅସହାୟ ଲୋକଙ୍କ ସେବା କରିବା ସଂଗଠନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବଳମତ ତାଣ୍ଡି, ରାଜେଶ ଦୁର୍ଗା, ଭୀଷମ ତାଣ୍ଡି, ଦୁର୍ଯ୍ୟୋଧନ ସୁନାନୀ, ସୁଶ୍ରୀ ସାବିତ୍ରୀ ମାଝୀ, ପରମା ମହାନନ୍ଦ, ଦିବାକର ତାଣ୍ଡି, ଜୁନସ ତାଣ୍ଡି, ପ୍ରସନ୍ନ ହଂସ, ଜୟନ୍ତ ସିଂ, ଜୟକୃଷ୍ଣ ସାହୁ ଏବଂ ମନୋଜ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏଥିସହିତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ତଥା ସାମ୍ବାଦିକ ଆଶୁତୋଷ ରାଉତ, ସୁଶାନ୍ତ ଦଳେଇ, ମହେନ୍ଦ୍ର ମଙ୍ଗରାଜ, ଯତୀନ୍ଦ୍ର ସେନାପତି, ପିଣ୍ଟୁ ମେହେର, ଗଣେଶ ସାହୁ ଏବଂ ଅଶୋକ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥାଇ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ଜନହିତକର କାର୍ଯ୍ୟକୁ ନକଟିକାନୀ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ନିର୍ବାଚନ ସମ୍ପନ୍ନ: ରାକେଶ କୁମାର ଗୁପ୍ତା ସଭାପତି ଓ ଲିଙ୍ଗରାଜ ମହାନ୍ତି ସମ୍ପାଦକ ନିର୍ବାଚିତ 

Sunil Chandra Nayak

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦର ନୂତନ ଜିଲ୍ଲା ସଂପାଦକ ଭୂଵନେଶ୍ବର ବେହେରା 

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

Leave a Comment

error: Content is protected !!