ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

ଖଇରା,୨୬/୪/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସମସରପୁର ଗ୍ରାମର ଗୋବିନ୍ଦ ଚନ୍ଦ୍ର ମଲ୍ଲିକଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ଜନ୍ମ ତା ୧୩/୭/୧୯୫୩ ରିଖରେ ହୋଇଥିବା ବେଳେ ତା ୨୩/୪/୨୦୨୫ ରିଖରେ ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୭୨ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ କିଛି ଦିନ ଧରି ପୀଡିତ ଥିଲେ । ସେ ଔପଦା ବ୍ଲକରେ ପିଅନ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ସେ ଜଣେ ଶାନ୍ତ ସରଳ, ନିରୀହ, ମେଳାପି, ମିଷ୍ଟଭାସୀ, ଉତ୍ତମ ବ୍ଯବହାର, ଉଦରହୃଦୟ ଓ ପରୋପକାରୀ ବ୍ଯକ୍ତି ଥିଲେ । ଚାକିରୀ ଜୀବନକାଳ ମଧ୍ୟରେ କେବେ କୌଣସି ଦିନ କାହା ମନରେ ଦୁଃଖ ଦେଇ ନାହାନ୍ତି କି କାହାକୁ ଖରାପ ବ୍ଯବହାର ପ୍ରଦର୍ଶନ କରି ନାହାନ୍ତି । ସମସ୍ତଙ୍କୁ ଉତ୍ତମ ସେବା ଯୋଗାଇ ଦେଇଛନ୍ତି । ଯେଉଁଥି ପାଇଁ ଗ୍ରାମ ତଥା ଅଞ୍ଚଳବାସୀ ତାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି । ଶେଷ ଦର୍ଶନ ପାଇଁ ଗ୍ରାମ ତଥା ଅଞ୍ଚଳବାସୀଙ୍କ ଭିଡ଼ ଲାଗିଥିଲା ସମସରପୁର ବାସଭବନରେ । ମରଶରୀର ନିକଟରେ ପୁଅବୋହୂ, ନାତିନାତୁଣୀ, ବନ୍ଧୁବାନ୍ଧବ, ସାଙ୍ଗ ସାଥି, ଆତ୍ମୀୟସ୍ବଜନ ଏବଂ ବିଶେଷ କରି ତାଙ୍କୁ ଭଲ ପାଉଥିବା ବ୍ଯକ୍ତି ମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନରେ ସାମିଲ ହୋଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Social Worker Professor Dr.Kalimulla feliciated.

Sunil Chandra Nayak

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

ବରଗଡର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଫିଡ୍ ପକ୍ଷରୁ ଡାକ୍ତରୀ ପଢ଼ିବା ପାଇଁ ଗରୀବ ସରିତା କୁ ସହାୟତା

Sunil Chandra Nayak

Leave a Comment

error: Content is protected !!