ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ପାଦତଳେ ମହିଳା ମୃତ୍ୟୁ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣ ଦୁଇମୃତ,ଏକ ଆହତ 

ହାତୀ ପାଦତଳେ ମହିଳା ମୃତ୍ୟୁ ଗୋଟିଏ ସପ୍ତାହରେ ହାତୀ ଆକ୍ରମଣ ଦୁଇମୃତ,ଏକ ଆହତ 

ଢେଙ୍କାନାଳ ( ମନିସ )25/4/25 // ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଚଳିତବର୍ଷକରେ ପ୍ରାୟ 30 ରୁ ଉର୍ଦ୍ଧ ମଣିଷ ହାତୀପାଦତଳେ ଜୀବନ ଯାଇସାରିଥିବାବେଳେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣିଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ଖବରରୁ ପ୍ରକାଶ ଆଜି ଅପରାହ୍ନ ତିନିଟାରେ ହିନ୍ଦୋଳବ୍ଲକ ବମ୍ପାପଂଚାୟତ ରାସୋଳ ଥାନା ଅନ୍ତର୍ଗତ ପଟାଳୁ ଗ୍ରାମର ଦର୍ଶନୀ ପ୍ରଧାନଙ୍କ ସ୍ତ୍ରୀ ସୁରତି ପ୍ରଧାନ(45) କାଜୁ ତୋଳିବାକୁ ନିକଟସ୍ଥ ମୋହନପୁର କାଜୁ ବଗିଚା ଯାଇଥିବାବେଳେ  ହଟାତ ଏକ ବଣୁଆ ଦନ୍ତାହାତୀ ଆସି ସୁରତିଙ୍କୁ ଶୁଣ୍ଢରେ ଟେକି କଚାଡି ପାଦରେ ଦଳିଦେଇଥିଲା ଫଳରେ ମୁଣ୍ଡ ହାତରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଆସି ବନବିଭାଗକୁ ଖବର ଦେବାରେ ବନବିଭାଗ ଓ ରାସୋଳ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଡାକ୍ତରଖାନା ପଠାଇଦେଇଛନ୍ତି।ହିନ୍ଦୋଳ ବନବିଭାଗର ସ୍ଥାଣୁତା ପାଇଁ ହାତୀ ଆକ୍ରମଣ ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିଲେ ମଧ୍ୟ କିଛି ନିରୀହ ଲୋକଙ୍କୁ ଗିରଫ କରିବା, ଜଙ୍ଗଲ ଜମି କାଟି ରାସ୍ତା ନିର୍ମାଣ କରିବା ଏବଂ ବାଲିଗାଡି ଧରି ନିଜ ମୁନଫା ପାଇଁ ବାହାବା ନେଉଥିବା ବନବିଭାଗର ଦାୟିତ୍ୱବୋଧ କେବେ ଆସିବବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି।ତେବେ ହାତୀ ଆକ୍ରମଣଜନିତ ମୃତ୍ୟୁ ସମସ୍ୟା ପାଇଁ ହିନ୍ଦୋଳ ବନ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି କ୍ଷୁବ୍ଧ ହିନ୍ଦୋଳ ଜନସାଧାରଣ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟସରକାରଙ୍କୁ ଦାବି କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ ଉପରେ ଗୁରୁତ୍ୱାରୋପ ଭବାନୀପାଟଣାରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ବୁଦ୍ଧିଜୀବୀ ସମାବେଶ

masiha

ୱାର୍ଡ ମେମ୍ବର ସଂଘ ପକ୍ଷରୁ 5 ଦଫା ଦାବି ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

masiha

ଯୈାତୁକ ନିର୍ଯ୍ୟାତନା ରେ ବଧୁ ହତ୍ୟାକୁ ନେଇ ପରିବାର ଲୋକେ ଏବଂ ସର୍ବଦଳୀୟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!