ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ବଡ଼ବିଲ: ବଡ଼ବିଲ ପୌରପାଳିକାରେ ଆଜି ପ୍ରଶାସନ ପକ୍ଷରୁ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ସରକାରୀ ଜମି ଉପରେ ହୋଇଥିବା ଅବୈଧ ନିର୍ମାଣକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଏହି କାର୍ଯ୍ୟକ୍ରମ କେବଳ ଏକ-ଦୁଇ ଦିନର ପ୍ରକ୍ରିୟା ନୁହେଁ, ବରଂ ସମ୍ପୂର୍ଣ୍ଣ କାନୁନି ପ୍ରକ୍ରିୟା ଅନୁସରଣ ପରେ ଆରମ୍ଭ ହୋଇଛି। ସୂତ୍ର ଅନୁସାରେ,୧୪ ଅକ୍ଟୋବର ୨୦୨୫ ରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରଥମ ନୋଟିସ୍ ଜାରି କରାଯାଇଥିଲା। ତାହାପରେ ୭ ନଭେମ୍ବର ୨୦୨୫ ରେ ପୁଣିଥରେ ନୋଟିସ୍ ଦେଇ ୧୦ ନଭେମ୍ବର ୨୦୨୫ ସକାଳ ୬ଟା ପୂର୍ବରୁ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା। ନିର୍ଦ୍ଧାରିତ ସମୟ ସମାପ୍ତ ହେବା ପରେ, ଆଜି ବଡ଼ବିଲ ପୌରପାଳିକା ପକ୍ଷରୁ ସହରର ୪ଟି ସ୍ଥାନରେ ଅବୈଧ ନିର୍ମାଣ ବିରୋଧରେ ଉଚ୍ଛେଦ କାର୍ଯ୍ୟାରମ୍ଭ କରାଯାଇଛି।ସକାଳରୁ ବଡ଼ବିଲ ପୌରପାଳିକା ଟିମ୍ ପୁଲିସ୍ ବଳ ସହିତ ଘଟଣାସ୍ଥଳେ ପହଞ୍ଚି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହି କାର୍ଯ୍ୟାନୁଷ୍ଠାନ Section 273A(1)(i) ଏବଂ Section 254 ଅନୁସାରେ କରାଯାଇଥିଲା, ଯାହା ସରକାରୀ ଜମିକୁ ଅତିକ୍ରମଣ ମୁକ୍ତ କରିବା ଓ ଆଇନଗତ ସୁସ୍ଥ ପରିସ୍ଥିତି ରଖିବାର ଉଦ୍ଦେଶ୍ୟରେ ରୂପାୟିତ। ଏହି ପ୍ରାବଧାନ ଅନୁସାରେ ଅବୈଧ ନିର୍ମାଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ପ୍ରଥମେ ନଗରପାଳିକା କ୍ଷେତ୍ରର ୱାର୍ଡ–8, ବରକତ ନଗରରେ ସହାଦତ ଖାନଙ୍କ ଅବୈଧ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ୱାର୍ଡ–8, ଭଞ୍ଜ କଲୋନୀରେ ଆଲୋକ ରାମ ଓ ମୋ. ରାଜା @ ନିହାଲ ଖାନଙ୍କ ଦଖଳ ଥିବା ଘର ଉପରେ କରାଯାଇଛି। ତାପରେ ୱାର୍ଡ–8 ର ଅଭିମନ୍ୟୁ ପ୍ରଧାନଙ୍କ ଅବୈଧ ନିର୍ମାଣକୁ ମଧ୍ୟ ଖାଲି କରାଯାଇଛି। ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେବାକୁ, ଆଇନ–ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ବହୁପରିମାଣରେ ପୋଲିସ ବଳ ମୁତୟନ କରାଯାଇଥିଲା।

କାର୍ଯ୍ୟାନୁଷ୍ଠାନ ସମୟରେ ତହସିଲଦାର- ରାକେଶ କୁମାର ପଣ୍ଡା, ଏସ ଡି ପି ଓ – ଦେବେନ୍ଦ୍ରନାଥ ପିଙ୍ଗୁଆ, ବଡ଼ବିଲ ଥାନା ଆଇ ଆଇ ସି – ଅଶୋକ କୁମାର ନାୟକ, ବଡ଼ବିଲ ଥାନାର ସମସ୍ତ ପୁଲିସ୍ ଅଧିକାରୀ ସହିତ ନିକଟସ୍ଥ ଥାନାରୁ ମଧ୍ୟ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ସମ୍ଭାବ୍ୟ ଆପଦ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଫାୟାର ବ୍ରିଗେଡ୍ ଗାଡ଼ି ଓ ଆମ୍ବୁଲେନ୍ସ ମଧ୍ୟ ସ୍ଥଳରେ ତତ୍ପର ଅବସ୍ଥାରେ ରଖାଯାଇଥିଲା। ବଡ଼ବିଲ ପୌରପାଳିକାର କର୍ମଚାରୀମାନେ ମଧ୍ୟ ସମ୍ପୂର୍ଣ୍ଣ ଟିମ୍ ସହିତ କାର୍ଯ୍ୟାନୁଷ୍ଠାନରେ ବ୍ୟସ୍ତ ଦେଖାଯାଇଥିଲେ। 

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଓ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ

masiha

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

Sunil Chandra Nayak

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

masiha

Leave a Comment

error: Content is protected !!