ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ଆଇନ ସେବା ଦିବସ ପାଳିତ

ଜାତୀୟ ଆଇନ ସେବା ଦିବସ ପାଳିତ

ଆସିକା :-୦୯/୧୧/୨୫ — ଆସିକା ତାଲୁକ ଆଇନ ସେବା କମିଟି ପକ୍ଷରୁ ବାର ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମ ରେ ମାନ୍ୟବର ଏଡିଜେ ମନୋଜ କୁମାର, ମାନ୍ୟବର ବିଚାରପତି ଗୀତାଞ୍ଜଳି ନାୟୁଡୁ, ବିଚାରପତି ଜେ.ମୋହିନୀ, ଓକିଲ ସଙ୍ଘ ର ସଭାପତି ଅଜିତ କୁମାର ଚୌଧୁରୀ, ସମ୍ପାଦକ ନାରାୟଣ ମୁନି, ଉପ ସଭାପତି ଛବିଳ ରାମ ମିଶ୍ର, ଲାଇବ୍ରେରୀ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଭାରତ ବିଶ୍ବର ସର୍ବବୃହତଗଣତନ୍ତ୍ର। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର ଏବଂ ଆଇନ ଅନୁଯାୟୀ ସମାନ ସୁରକ୍ଷା ପ୍ରଦାନ କରେ। ତଥାପି, ଅନେକ ଲୋକ ନିରକ୍ଷରତା, ଦାରିଦ୍ର୍ୟ, ପ୍ରାକୃତିକ ବିପର୍ଯ୍ୟୟ, ଅପରାଧ କିମ୍ବା ଆର୍ଥକ ସାଧନର ଅଭାବ, ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁଁ ଆଇନଗତ ସେବା ପାଇପାରୁନାହାଁନ୍ତି। ସମାଜର ଉପେକ୍ଷିତ ଏବଂ ପଛୁଆ ବର୍ଗକୁ ମାଗଣା ଏବଂ ଦକ୍ଷ ଆଇନଗତ ସେବା ପ୍ରଦାନ କରିବା ପାଇଁ କୁହାଯାଇଥିଲା I ଏହି ସଚେତନତା କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜୀବୀ ସରୋଜ କୁମାର ତ୍ରିପାଠୀ, ଦେବରାଜ ମିଶ୍ର, ସୁଧାଂଶୁ ପାଣିଗ୍ରାହୀ,ପ୍ରଶ୍ନ ବିଷୋୟୀ, ନୀଳାମ୍ବର ବେହେରା, ଇନ୍ଦ୍ର ମୋହନ ସ୍ବାଇଁ, ପ୍ରଭାତ କୁମାର ପାଢ଼ୀ, ଅମ୍ବିକା ରଥ, ହରିହର ସ୍ବାଇଁ, ହର୍ଷ ରଞ୍ଜନ ପାଢ଼ୀ,ରୁଦ୍ର ପାଣିଗ୍ରାହୀ, ଅଜିତ ମୁନି, ପ୍ରିୟାଂଶୁ ପରିଡା, ଏନ ଜଜ୍ଞ ଆଚାରୀ, ଅଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବା ଜଣା ପଡିଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ତିରିଂ ବ୍ଳକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

କନ୍ଧମାଳ : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରାଉ

Sunil Chandra Nayak

Leave a Comment

error: Content is protected !!