ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୬
ହିଞ୍ଜିଳିକାଟୁ , ୨୪/୪ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖରେ ପାଳନ କରାଯାଏ, ଯାହା ଭାରତରେ ୧୯୯୩ ମସିହା ଏପ୍ରିଲ ୨୪ରେ ୭୩ତମ ସାମ୍ବିଧାନିକ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାକୁ ସ୍ମରଣ କରେ ଏହି ଦିନ ଗ୍ରାମୀଣ ସ୍ୱରାଜ୍ୟ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକର ସଶକ୍ତିକରଣକୁ ଉତ୍ସାହିତ କରାଯାଏ । ସେହି ପରିକ୍ଷେପ ରେ ଶୁକ୍ରବାର ସନ୍ଧ୍ୟା ସମୟରେ ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟାଳୟ ପରିସର ଠାରେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳି ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ମିଶ୍ର ଉପସ୍ଥିତ ରହିଥିଲେ। ଘୁମୁସର ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ବିଜେପି ନଗର ସଭାପତି ସୁଧାଂଶୁ ସାବତ ସମସ୍ତ ଅତିଥିମାନେ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଦ୍ୱୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଓଡ଼ିଶା ସରକାର ଏବେ ଜାତୀୟ ସ୍ତର ସହ ସମାନତା ରଖି ଏପ୍ରିଲ ୨୪ରେ ଏହି ଦିବସ ପାଳନ କରୁଛନ୍ତି ଭାରତରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ୧୯୯୨ରେ ୭୩ତମ ସମ୍ବିଧାନ ସଂଶୋଧନ ପାରିତ ହୋଇଥିଲା, ଯାହା ୨୪ ଏପ୍ରିଲ ୧୯୯୩ରୁ କାର୍ଯ୍ୟକାରୀ ହେଲା । ଏହି ଦିନକୁ ସ୍ମରଣ କରିବା ପାଇଁ, ୨୦୧୦ ମସିହାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ଏପ୍ରିଲ ୨୪କୁ ଜାତୀୟ ପଞ୍ଚାୟତି ରାଜ ଦିବସ ଭାବେ ଘୋଷଣା କରାଯାଇଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଅଞ୍ଚଳରେ ଲୋକଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା, ସ୍ଥାନୀୟ ସ୍ୱୟଂ ଶାସନକୁ ସୁଦୃଢ଼ କରିବା ଏବଂ ଗାନ୍ଧିଜୀଙ୍କ “ଗ୍ରାମ ସ୍ୱରାଜ”ର ସ୍ୱପ୍ନକୁ ସାକାର କରିବା । ପୂର୍ବରୁ ଓଡ଼ିଶାରେ ଏହା ମାର୍ଚ୍ଚ ୫ (ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ)ରେ ପଞ୍ଚାୟତି ରାଜ ଦିବସ ପାଳନ ହେଉଥିବାବେଳେ, ୨୦୨୫ରୁ ଏହାକୁ ଜାତୀୟ ସ୍ତର ସହ ସମାନ କରି ଏପ୍ରିଲ ୨୪କୁ ଓଡ଼ିଶା ସରକାର ପଞ୍ଚାୟତି ରାଜ ଦିବସ ଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ, ଯେପରିକି ଆୟ ବୃଦ୍ଧି, ସ୍ୱଚ୍ଛତା ଏବଂ ସାମାଜିକ ସଶକ୍ତିକରଣ ପାଇଁ ପୁରସ୍କୃତ କରାଯାଏ । ପଞ୍ଚାୟତି ରାଜ ବ୍ୟବସ୍ଥା ଭାରତର ଗଣତନ୍ତ୍ରର ମୂଳଦୁଆ, ଯାହା ଗ୍ରାମାଞ୍ଚଳର ବିକାଶରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଥାଏ। ଏହି ଅବସରରେ ସମସ୍ତ ବ୍ଲକ୍ ବିଭାଗୀୟ ଅଧିକାରୀ, ପଞ୍ଚାୟତ ଅଧିକାରୀ ଙ୍କ ସମେତ ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ବହୁ ସଂଖ୍ୟାରେ ବିଭିନ୍ନ ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହିଥିଲେ। ପରିଶେଷରେ ୭୫ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ପକ୍କାଘର ବଣ୍ଟନ କରାଯାଇଥିଲା ।

