ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

ଢେଙ୍କାନାଳ (ମ ସୀ ହା)ହିନ୍ଦୋଳବ୍ଲକ ଗୋଇଲପଡିଆ ଠାରେ 5T ସଚିବ ଭିକେ ପାଣ୍ଡିଆନ ପହଂଚି ଲୋକମାନଙ୍କ ସହ ମିଶିବା ସହିତ ଅଭିଯୋଗ ଶୁଣିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଅନେକ ଖର୍ଚ୍ଚାନ୍ତ ହୋଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋତେ ଆପଣଙ୍କ ପାଖକୁ ପଠାଇଛନ୍ତି ଏବଂ ୭ଦିନ ଭିତରେ ଆପଣମାନଙ୍କର ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ । କମ୍ୟୁନିଷ୍ଟ ସେଣ୍ଟର,ମନ୍ଦିର ,ସ୍କୁଲ, କଲେଜର ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ଵତି ଦେଇଥିଲା । ମିଶନଶକ୍ତି ମହିଳାମାନଙ୍କୁ ସଶକ୍ତି କରିବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ୧୧ହଜାର କୋଟିଟଙ୍କା ଋଣ ବିନାସୁଧରେ ଦିଆଯାଉଛି । ଢେ଼ଙ୍କାନାଳ ଜିଲ୍ଲାର ମହିଳାମାନେ ଏଯାବତ୍ ୩ ଲକ୍ଷଟଙ୍କାର ଋଣ ନେଇଛନ୍ତି ।ଆଉ ୨ଲକ୍ଷ ଋଣ ବିନାସୁଧରେ ଦିଆଯିବ ବୋଲି କହିଥିଲେ ।ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ କଲେଜଗୁଡିକ 5T ଦ୍ୱାରା ରୂପାନ୍ତର କରାଯିବା ସହ ଛାତ୍ରଛାତ୍ରୀ କେମିତି ଭଲ ପାଠପଢିବେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡର ୩୦ହଜାର ମହିଳା ,ଚାଷୀ , କଳାକାର,ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା !

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ପୃଥିବୀ ଦିବସ ପାଳନ 

masiha

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

masiha

ସରସ୍ବତୀ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

masiha

Leave a Comment

error: Content is protected !!