ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ

ଭୁବନେଶ୍ଵର -:  ଆଖିରେ ତାଙ୍କର ଥିଲା ଅନେକ ସ୍ୱପ୍ନ । ଜୀବନରେ କିଛି ନିଆରା କାମ କରି ଦେଖେଇବାର ଦୃଢ ଇଚ୍ଛା ଥିଲା ମନରେ। ସ୍କୁଲ ଓ କଲେଜରେ ପଢିବା ବେଳୁ ସେ ଇଚ୍ଛା କରିଥିଲେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବେ। ଆଉ ଏହି ଆଶାରେ ସେ ଅନ୍ୟ ଯୁବକଙ୍କ ପରି ସରକାରୀ ଚାକିରି ପଛରେ ନ ଦୌଡ଼ି ନିଜସ୍ୱ ଉଦ୍ୟମରେ କିଛି କରିବାକୁ ଚାହିଁଥିଲେ। ନିଜ ଭିତରେ ଥିବା ସୃଜନଶୀଳତାକୁ ଉଦଜୀବିତ କରିଥିଲେ । ଏହାପରେ ତାଙ୍କର ଆରମ୍ଭ ହୋଇଥିଲା ଗାଁରୁ ରାଜଧାନୀ ଭୁବନେଶ୍ୱର ଯାତ୍ରା। ଏହି ଉଦ୍ୟମୀ ଯୁବକ ଜଣଙ୍କ ହେଉଛନ୍ତି ଭରତ ପ୍ରଧାନ। ଆଜି ଜଣେ ଯୁବ ମିଡିଆ ପ୍ଲାନର ଭାବେ ସେ ଓଡିଶା ଗଣମାଧ୍ୟମରେ ଖୁବ୍ ଜଣାଶୁଣା ।

ମେଳାପୀ ମନୋଭାବ,ନିଜ କାମ ପ୍ରତି ନିଷ୍ଠା ଓ ସମର୍ପିତ ମନୋଭାବ ଭରତଙ୍କୁ ଆଜି ଜଣେ ସଫଳ ଯୁବ ମିଡ଼ିଆ ପ୍ଲାନରର ପରିଚୟ ଦେଇଛି । ୨୫ ବର୍ଷିୟ ଭରତଙ୍କର ନୟାଗଡ଼ ଜିଲ୍ଲା ବୋଦସା ଗ୍ରାମରରେ ଜନ୍ମ। ସେ ନୀଳମାଧବ ମହାବିଦ୍ୟାଳୟ , କଣ୍ଟିଲୋରୁ ସୋସିଓଲୋଜି( ଅନର୍ସ)ରେ ପାଠପଢାପରେ ନିଜର ସ୍ୱପ୍ନକୁ ସାକାର କରିବାକୁ ଗାଁ ଛାଡ଼ିଥିଲେ। ଭୁବନେଶ୍ୱରରେ ଆରମ୍ଭ କରିଥିଲେ ସଂଘର୍ଷର ଜୀବନ। ଟିଭିରେ ଆଙ୍କରିଂ ଦେଖି ପ୍ରଥମେ ସେ ଆଙ୍କରିଂ କରିବାର ନିଶାରେ ପଡ଼ି ଯାଇଥିଲେ । ଘରେ ଦର୍ପଣ ଆଗରେ ଠିଆ ହୋଇ ନିଜେ ଆଙ୍କରିଂ ଅଭ୍ୟାସ କରୁଥିଲେ । ସାଙ୍ଗସାଥିଙ୍କ ଠାରୁ ପ୍ରତିକ୍ରିୟା ନେଉଥିଲେ । ହେଲେ ଭୁଲ ହୋଇଯିବା ଭୟରେ ସେ କେବେ ରହି ଯାଇନଥିଲେ । କାହାର ନେଗେଟିଭ୍ କଥାକୁ ସେ ଶୁଣୁ ନଥିଲେ । କେବଳ ଗୋଟିଏ ଲକ୍ଷ୍ୟ ଥିଲା ଆଗକୁ ଆଗେଇବା ।   

ଭୁବନେଶ୍ୱର ଆସିବା ପରେ ସେ ଏକ ଘରୋଇ ଟିଭି ଚ୍ୟାନେଲରେ ଆଙ୍କରିଂର ସୁଯୋଗ ପାଇଥିଲେ । ଏହାପରେ ସେ ଆରମ୍ଭ କରିଥିଲେ ପେଟିଂ ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ସମାଜସେବା । ସେ ଇଭେଣ୍ଟ ମ୍ୟାନେଜମେଣ୍ଟ ଲାଇନ୍ରେ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କୁ ନିଜର ଗୁରୁ ମାନନ୍ତି। ସେ ହିଁ ଭରତଙ୍କୁ ଶିଖାଇଥିଲେ ଇଭେଣ୍ଟ ପରିଚାଳନା ଉପାୟ ଓ କୌଶଳ । ଭରତ ନିଜେ ମଧ୍ୟ ‘ନିର୍ବାଣ ଫାଇଣ୍ଡେସନ ଟ୍ରଷ୍ଟ’ ନାମରେ ଏକ ଟ୍ରଷ୍ଟ ଗଢିଛନ୍ତି । ଏହାସହ ଓଡ଼ିଆ ଫିଲ୍ମର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ।  

ବର୍ତ୍ତମାନ ୪୫୦ରୁ ଉର୍ଦ୍ଧ୍ୱ ଇଭେଣ୍ଟକୁ ଭରତ ସଫଳତାର ସହ ଆୟୋଜନ କରିବା ସହ ଗଣମାଧ୍ୟମ ଜଗତରେ ପରିଚିତ ହୋଇପାରିଛନ୍ତି। ଭରତ ନିଜର ସଫଳ କାର୍ଯ୍ୟ ପାଇଁ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଛନ୍ତି । ଭରତ ନିଜର ଏକ ମନୋରଞ୍ଜନଧର୍ମୀ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ସେଥିରେ ନୂଆ ନୂଆ ଓଡିଆ ସିନେମା ବିଷୟରେ ସୂଚନା ଦେଉଛନ୍ତି । ଆଗକୁ ଏକ ଷ୍ଟେଟ ବିଜନେସ ଆୱାର୍ଡ ୨୦୨୩ ନାମକ ବଡ଼ ଇଭେଣ୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇ ଥିବା ଭରତ କୁହନ୍ତି ।

ଭୁବନେଶ୍ଵର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ ସଂଘ ସମନ୍ଵୟ କମିଟୀ ଗଠନ

Sunil Chandra Nayak

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଡଃ ନାରାୟଣ ସେନାପତିଙ୍କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ସମ୍ମାନ -୨୦୨୪

masiha

Leave a Comment

error: Content is protected !!