ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଦୁବାଇକୁ ଉଡାଣ ଭରିଲା ଇଣ୍ଡିଗୋ ବିମାନ , ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ

 ଭୁବନେଶ୍ୱରରୁ-ଦୁବାଇକୁ ସିଧାସଳଖ ଉଡିଲା ବିମାନ। ଏହାଦ୍ୱାରା ଲୋକମାନେ ସବୁକ୍ଷେତ୍ରରେ ସୁବିଧା ପାଇପାରିବେ । ଓଡିଶାବାସୀଙ୍କ ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ । 

ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ବିମାନ । ବିନା ଷ୍ଟପେଜରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ୧୭୦ ଜଣ ଯାତ୍ରୀ । ସାଢେ ଚାରି ଘଣ୍ଟାର ଯାତ୍ରା ପରେ ସମସ୍ତେ ଭୁବନେଶ୍ବରରେ ପହଞ୍ଚିଥିବା କହିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ଫୁଲ, ଚନ୍ଦନ ଓ ମହାପ୍ରସାଦ ଦେଇ ସ୍ବଗତ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଫ୍ଲାଇଟରେ ଜଣେ ପୁରୁଷ ଓ ଜଣେ ମହିଳା ପାଇଲଟ୍ ରହିଥିଲେ । ସିଧାସଳଖ ବିମାନସେବା ଆରମ୍ଭ ହୋଇଥିବାରୁ ସମସ୍ତ ଯାତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡିଛି ବିମାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ୭୦ ଜଣିଆ ଟିମ ସହ ମୋଟ ୧୭୦ଜଣ ଯାତ୍ରୀ ଯାତ୍ରା କରିବେ । ଯାତ୍ରୀମାନଙ୍କ ମଧ୍ୟରେ ମିଶନ ଶକ୍ତି ସଦସ୍ୟା, ଛାତ୍ରଛାତ୍ରୀ ଓ କ୍ରୀଡାବିତଙ୍କ ସମେତ କର୍ମଜୀବୀ ରହିଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ସିଧାସଳଖ ସେବା ଯୋଗାଇବ।

ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ । ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ । ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ । ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା । ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି । ସପ୍ତାହକ ମଧ୍ୟରେ ଭୁବନେଶ୍ୱର-ଦୁବାଇ ମଧ୍ୟରେ ୩ ଦିନ ଉଡ଼ାଣ ଭରିବ ବିମାନ । ସୋମବାର, ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ , ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

Sunil Chandra Nayak

୫-ଟିରେ ସାମିଲ ହେବ ରାଜ୍ୟର ସବୁ ଡାକ୍ତରଖାନା ,୧୦ ମାସ ମଧ୍ୟରେ କାମ ଶେଷ କରିବାକୁ ଲକ୍ଷ୍ୟ

Sunil Chandra Nayak

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!