ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଝରିଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଝରିଗାଁ 🙁 ତା – ୧୦/ ୭ / ୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରି ଛାପର ପଞ୍ଚାୟତ ଅନ୍ତର୍ଗତ କଲେ ଗାଁ (୫ ଟି ) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଝରିଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ନରସିଂହ ଭତରା ଯୋଗ ଦେଇଥିଲେ। ବନବିଭାଗ ପକ୍ଷରୁ ଚାରା ଓ ବନ ବିଭାଗ କର୍ମଚାରୀ ଙ୍କ ସହାୟତାରେ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଥିଲା। ବର ଗଛ , ପିପଳ,ଆମ୍ବ ,ପିଜୁଳି ,ନିମ୍ବ , ପଣସ, ଏହି ସବୁ ଵୃକ୍ଷ ରୋପଣ କରାଯାଇଥିଲା। ଏଥିରେ ବିଧାୟକ ମଧ୍ୟ ଏକାଧିକ ଚାରା ରୋପଣ କରିଥିଲେ। ବିଦ୍ୟାଳୟ ପରିସରକୁ ଫୁଲ ଫଳ ଓ ଔଷଧୀୟ ଗୁଲ୍ମ ଲତା ଆଦି ଲଗାଇ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ବିଦ୍ୟାଳୟ କତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସାମ୍ପ୍ରାତିକ ପରିସ୍ଥିତିରେ ବିଶ୍ୱ ପରିବେଶ ସ୍ଥିତି ଉତ୍ତପ୍ତ ବାୟୁମଣ୍ଡଳ ପ୍ରଦ୍ୟୁଷଣ କୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ କରିବା ସମସ୍ତଙ୍କ ଏକ ନୈତିକ ଦାୟୀତ୍ୱ ରହିଛି। ତେଣୁ ଲଗାଯାଇଥିବା ଚାରା ଗୁଡିକର ଯତ୍ନ ସୁରକ୍ଷା ଓ ବୃଦ୍ଧି ନିମନ୍ତେ ଯତ୍ନବାନ ହେବାର ଆବଶ୍ୟକ ରହିଛି ବୋଲି ସାମ୍ବାଦିକ ସଂଘ ସହ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଝରିଗାଁ ସାମ୍ବାଦିକ ସଂଘ ସଭାପତି ତ୍ରିନାଥ ଧାରୁଆ, ବିଧାୟକ ମିଡ଼ିଆ ସଂଯୋକ ଗିରି ମାଝୀ,ସମେତ ପ୍ରମୁଖ ସାମ୍ବାଦିକ ମଧ୍ୟରେ ମନୋଜ କୁମାର ନାୟକ,କିଶୋର ମଣ୍ଡଳ,,ଭୁଦେବ ଗୌଡ଼ , ଜୟଶ୍ରୀ ଦାସ,ବସନ୍ତ ସାହୁ, ଲକ୍ଷ୍ମି ପାଣ୍ଡେ,ସମେତ ଅନ୍ୟମାନଙ୍କ ମଧ୍ୟରେ ରାମଦାସ ଭତରା,କୁଞ୍ଜ ମାଝୀ,ମୁରଲୀ ହରିଜନ ବୁଦୁରାମ ଭତରା,ନକୁଳ ଭତରା,ମନୋଜ କୁମାର ବାଘ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ତାରଣାରେ ଗୁରୁ ଗୋମକେଙ୍କର ଜନ୍ମ ବାର୍ଷିକ ସମାରୋହ

ଧର୍ମପ୍ରାଣ ମହିଳା ପଦ୍ମାବତୀ ବେହେରା( ବଳ)ଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସଞ୍ଜିବନୀ ସେବା ଫାଉଣ୍ଡେସନର ପ୍ରଥମ ବାର୍ଷିକ ଉତ୍ସବ     

masiha

Leave a Comment

error: Content is protected !!