ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସେବାଶ୍ରମରେ ଲଷ୍ମୀ ଧର ସାର୍ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେଵଙ୍କ ସେବାଶ୍ରମରେ ଲଷ୍ମୀ ଧର ସାର୍ ଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

 ରାଜନଗର ‐ ୦୯/୦୨/୨୦୨୪ // ଆଦର୍ଶ ଶିକ୍ଷକ,ଆଦର୍ଶ ରାଜନୀତିଜ୍ଞ ସ୍ବର୍ଗତ ଲକ୍ଷ୍ମୀଧର ଲେଙ୍କାଙ୍କ ସ୍ମୃତିଚାରଣ ଉତ୍ସବ ରାଜନଗର ପୂଜ୍ଯପୂଜା ଓ ସ୍ମୃତିଚାରଣ କମିଟି ତରଫରୁ ରାଜନଗର ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ସେବାଶ୍ରମଠାରେ ଅନୁଷ୍ଠିତ ହୋଇଯାଇଛି। ସେବକ ବାବା ଅଭୟ ଦାସଙ୍କ ସଂଯୋଜନାରେ ସଂଘର ସଭାପତି ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଭକ୍ତିପ୍ରଦୀପ ପ୍ରଜ୍ଜ୍ବଳନ ଏବଂ ସଂପାଦକ ପଣ୍ଡିତ ସଂକର୍ଷଣ ମିଶ୍ର ଗୀତାପାଠ କରିଥିଲେ। ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ଯ ଅର୍ପଣ ସହ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜନଗର ମାଟିର ପରମପୂଜ୍ଯ,ଅଭିଜ୍ଞ ଶିକ୍ଷକ ଲକ୍ଷ୍ମୀଧର ଲେଙ୍କା ପରବର୍ତ୍ତୀ ସମୟରେ ରାଜନୀତିକୁ ଆଦରିନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ,କଂଗ୍ରେସ ଶତବାର୍ଷିକୀ କମିଟିର ଆବାହକ ଦାୟିତ୍ବ ତୁଲାଇବା ସହ ଖଦୀ ବୋର୍ଡ ଅଧ୍ଯକ୍ଷ ଓ ପରିବହନ ନିଗମର ଅଧ୍ଯକ୍ଷ ଭାବେ ମଧ୍ଯ ସାରା ଓଡିଶାରେ ସୁଖ୍ଯାତି ଅର୍ଜନ କରିଥିଲେ। ପଣ୍ଡିତ ଅଭିରାମ ସାହୁ,ପ୍ରାକ୍ତନ ଶିକ୍ଷକ ରବିନାରାୟଣ ଲେଙ୍କା,ଅଧ୍ଯାପକ ରତ୍ନାକର ନାୟକ,ଶିକ୍ଷକ ଅକ୍ଷୟ କୁମାର ନାୟକ,ଡାକ କର୍ମଚାରୀ ବଳରାମ ମିଶ୍ର,ଗୋଲୋକ ବିହାରୀ ରାଉତ,କିଶୋର ଚନ୍ଦ୍ର ଦାସ,ଚନ୍ଦ୍ରଭାନୁ ସାମଲ,ଅଶୋକ କୁମାର ଲେଙ୍କା,ଶରତ କୁମାର ଲାଲ୍ ,ନିରଞ୍ଜନ ମହାରଣା,ତରଣୀସେନ ରାଉତ,ବିଜୟ କୁମାର ସାହୁ ପ୍ରମୁଖ ବହୁଛାତ୍ର ଓ ଅନ୍ଯାନ୍ଯ ବ୍ଯକ୍ତି ଉପସ୍ଥିତ ରହି ତାଙ୍କ ଆଦର୍ଶ ଶିକ୍ଷକ ଜୀବନ ତଥା ତାଙ୍କଦ୍ବାରା ଏ ଅଞ୍ଚଳର ବହୁ ଉନ୍ନତିମୂଳକ କାର୍ଯ୍ଯ ଉପରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସ୍ମୃତିଚାରଣ କମିଟି ପକ୍ଷରୁ ତାଙ୍କ ଜୀବନାବଳୀକୁ ନେଇ ଏକ ସ୍ମରଣିକା ପ୍ରକାଶ କରାଯିବାର ନିଷ୍ପତ୍ତି ମଧ୍ଯ ନିଆଯାଇଛି। ବାବା ଅଭୟ ଦାସ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ବିଷଧର ସର୍ପାଘାତରେ ଜଣେ ଯୁବକ ମୃତ

masiha

ଗଞ୍ଜାମ ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ୧୫୫ଟି ଅଭିଯୋଗର ଶୁଣାଣୀ 

Sunil Chandra Nayak

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ

Sunil Chandra Nayak

Leave a Comment

error: Content is protected !!