ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

ରାଉରକେଲା: ଇସ୍ପାତ କଳା ପରିଷଦ ର ୪୭ ତମ ବାର୍ଷିକୋତ୍ସବ ଓ ସର୍ବ ଭାରତୀୟ ନୃତ୍ୟତ୍ସୋବ ଆସନ୍ତା ଫେବୃଆରି ମାସ ୬ ଓ ୭ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପରିଷଦ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପରିଷଦର ଉପସଭାପତି ଚନ୍ଦ୍ରଶେଖର ଶତପଥୀ, ସାଧାରଣ ସମ୍ପାଦକ ପ୍ରକାଶ ରାଉଳ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୬ ତାରିଖ ଦିନ ସାଢେ଼ ୧୧ ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ପ୍ରାୟ ୩୦ ଟି ସୋଲୋ ନୃତ୍ୟ, ସନ୍ଧ୍ୟା ୭ଟା ରୁ ରାତି ୯ଟା ଯାଏ ରାଜ୍ୟ ବାହାରୁ ଆସିଥିବା ୧୫ ଟି ଗୃପ ନୃତ୍ୟ ପରିବେଷଣ କରାଯିବ। ୭ ତାରିଖ ଦିନ ପରିଷଦର ନୃତ୍ୟଶିଳ୍ପୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି ଅବସରରେ ଜି ଟିଭିରେ ସନ୍ଦୀପ ରଥ ଓ ପ୍ରିନ୍ସ ଡ୍ୟାନ୍ସ ଗୃପର ଟି କ୍ରିଷ୍ଣା ମୋହନ ରେଡ୍ଡୀ ଯୋଗଦେବେ। ସେମାନଙ୍କୁ ଇସ୍ପାତ କଳା ପରିଷଦ ସମ୍ମାନରେ ସମ୍ମାନିତ କରାଯିବ। ସେହିପରି ଚଳିତ ବର୍ଷ ବିଶିଷ୍ଟ ପଖୈ।ଜ ବାଦକ ଗୁରୁ ଗୋଲକ ବିହାରୀ ରାଉତଙ୍କୁ କାଶୀନାଥ ରାଉଳ ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯିବ। ୭ ତାରିଖ ଦିନ ସନ୍ଧ୍ୟାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଅନୁଷ୍ଠାନର ବାପାଙ୍କ ସମ୍ପର୍କୀତ ନୃତ୍ୟ ଓ ଦଶାବତାର ର ଗ୍ଲାନି ସଂହାର ମୁଖ୍ୟ ଆକର୍ଷଣ ହେବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏହି ମହୋତ୍ସବ ରେ ସୁନ୍ଦରଗଡ ଜିଲ୍ଲା ବ୍ୟତୀତ ବଲାଙ୍ଗୀର, ବରଗଡ଼, ଭୁବନେଶ୍ୱର, ରାଞ୍ଚି, ରାୟପୁର ଅଞ୍ଚଳରୁ ନୃତ୍ୟ ଶିଳ୍ପୀ ମାନେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥୀ, ପ୍ରବୀଣ ସାମଲ, ନୃତ୍ୟ ଗୁରୁ କୋମଳରାଣୀ ସୂତାର,ବିଲୋଚନ ପାତ୍ର,ପ୍ରସନଜିତ ପାଢ଼ୀ, ବିଶ୍ବଜିତ ଦାସ,ଆଦିଲକ୍ଷ୍ମୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବୋରିପଦର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

Sunil Chandra Nayak

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୩ ନମ୍ବର ୱାର୍ଡର ନନ୍ଦିନୀ ଶତପଥୀ ଶିଶୁ ଉଦ୍ୟାନ କାର୍ଯ୍ୟର ଅଗ୍ରଗତି

Sunil Chandra Nayak

ଥୁଆମୂଳ ରାମପୁର ପୋଲିସ ଛକରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

Leave a Comment

error: Content is protected !!