ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

ପାୟଲ ର ୩୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୧ ରେ……

ରାଉରକେଲା: ସହରର ଅନ୍ୟତମ ନୃତ୍ୟ ଓ କଳାନୁଷ୍ଠାନ ପାୟଲ ର ୩୭ତମ ବାର୍ଷିକୋତ୍ସବ ରିଦିମ୍ ୨୦୨୫ ଆସନ୍ତା ଫେବୃଆରି ମାସ ୧ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ ବୋଲି ପାୟଲ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପାୟଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ, ସଭାପତି କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟ ଓ ସମ୍ପାଦିକା ଡାକ୍ତର ପୂଜା ପତି ପ୍ରମୁଖ ଏସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ସୁନ୍ଦର ଥିମ୍, ପରମ୍ପରା ଓ ସଂସ୍କୃତି କୁ ନେଇ କଥକ,ଓଡିଶୀ ଆଦି ନୃତ୍ୟ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ୩ ବର୍ଷରୁ ୬୦ ବର୍ଷ ବୟସର ପ୍ରାୟ ୫୦ ଜଣ ନୃତ୍ୟଶିଳ୍ପୀ ମାନେ ସେମାନଙ୍କ ନୃତ୍ୟ ପରିବେଷଣ କରିବେ। ଏଥିରେ ସୋଲୋ ଓ ଗୃପ ଡ୍ୟାନ୍ସ ଆଦି ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୀପିକା ମହିଳା ସଂହତି ର ସଭାପତି ନମ୍ରତା ବର୍ମା, ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ସିଆଇଏସଏଫ୍ ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ, ଆରଏସପି କାର୍ମିକ ବିଭାଗର ଇଡି ଏସ୍ ପାଲ ଚୈ।ଧୁରୀ, ଆରଏସପିର ସିଜିଏମ୍ ହୀରାଲାଲ ମହାପାତ୍ର ପ୍ରମୁଖ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ସସ୍ମିତା ଜେନା, ସ୍ନେହା ଗାଙ୍ଗୁଲି, ଅଙ୍କିତା ଅନନ୍ୟା ଗୟା,ଟୁଲଟୁଲ ବାନାର୍ଜୀ,ଦୀପକ ବନ୍ଧୋପଧ୍ୟାୟ ପ୍ରମୁଖ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ। ଶେଷରେ ସମ୍ପାଦିକା ଡା ପତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

5T  ସ୍କୁଲ ରୁପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଧାୟକଙ୍କ ହସ୍ତଖେପ ପରେ ଯୁଦ୍ଧ କାଳୀନ ଭିତ୍ତିରେ ୪୨ ମୌଜା ରାସ୍ତା ନିର୍ମାଣ କାର୍ଯ୍ୟ ସଂପନ୍ନ 

masiha

ଆଣ୍ଟି ନିର୍ମଳା ନର୍ସରୀ ସ୍କୁଲରେ ସମାବର୍ତ୍ତନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!