ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ଶିକ୍ଷକ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

ରାଉରକେଲା: ଓଷ୍ଟା ରାଉରକେଲା ସିଟି ଜୋନ୍ ତରଫରୁ କୋଏଲ ବିଦ୍ୟାପୀଠ ର ବରିଷ୍ଠ ଶିକ୍ଷକ ତଥା ଓଷ୍ଟା ର ବରିଷ୍ଠ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସ୍ବାଇଁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଏହି ସଭାରେ ଓଷ୍ଟା ରାଉରକେଲା ସିଟି ଜୋନ୍ ସଭାପତି ଶିଶିର ପାଣି ଙ୍କ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ ସ୍ବାଇଁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପ୍ରାରମ୍ଭରେ ଓଷ୍ଟା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ସଭାପତି ବିଭିଷଣ ବାରିକ, ବ୍ରଜେନ୍ଦ୍ର ଦାଶ, ରମାକାନ୍ତ ମଲ୍ଲିକ, ସେକ୍ଟର ୨୦ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ମାଧୁରୀ କେରକେଟା,ବିଶ୍ରା ର ଓଷ୍ଟା ସଭାପତି ମଙ୍ଗଳୁ ମହନ୍ତ,ଆରଇସି କ୍ଲଷ୍ଟର ର ସିଆରସିସି ସିପ୍ରା ସାହୁ, ଲାଠିକଟା ବ୍ଲକର ସମ୍ପାଦକ ଅମୂଲ୍ୟ ସାମଲ, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ବେହେରା,ଶରତ ସାହୁ, କୋଏଲ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତ, ଶିଶିର ସାମଲ, ବିନୋଦ ବିହାରୀ ସାହୁ, ଲକ୍ଷ୍ମଣ ଗୈାଡ, ହୃଷିକେଶ ନାୟକ, ସୁଶାନ୍ତ ସିଂହ, ପଦ୍ମନାଭ ଦାଶ, ରଞ୍ଜନ କୁମାର ସାମଲ, ନିତ୍ୟାନନ୍ଦ ବେହେରା, ମହେନ୍ଦ୍ର ସିଂ, ପ୍ରତାପ ରାଉତ, ପ୍ରତାପ ପ୍ରଧାନ, ଶ୍ରୀ ସ୍ବାଇଁ ଙ୍କ ସହଧର୍ମିଣୀ ପୁଷ୍ପଲତା ସ୍ବାଇଁ,ଝିଅ ଆକାଂକ୍ଷା ସ୍ବାଇଁ, ପୁତ୍ର ଆକାଶ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ରଖିଥିଲେ। ଶିକ୍ଷକ ଗୈାରବ ବନମାଳୀ ବ୍ରହ୍ମଚାରୀ ସମ୍ମାନ ପ୍ରାପ୍ତ ଶିକ୍ଷକ ଶ୍ରୀ ସ୍ବାଇଁ ଙ୍କ ଆଗାମୀ ଅବସରକାଳୀନ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେବା ସହ ନିରୋଗ ରହିବା ନେଇ କାମନା କରିବା ସହ ତାଙ୍କ ଦ୍ବାରା ହୋଇଥିବା କାର୍ଯ୍ୟ ବିଦ୍ୟାପୀଠ ଓ ଓଷ୍ଟା ପରିବାର ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ମତ ରଖିଥିଲେ। ଏହି ଅବସରରେ ଶ୍ରୀ ସ୍ବାଇଁ ଙ୍କୁ ବିଭିନ୍ନ ବିଦ୍ୟାଳୟ ତରଫରୁ ଉପଢୌକନ, ପୁଷ୍ପଗୁଛ ଓ ମେମୋଣ୍ଟୋ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ପ୍ରତ୍ୟୁତରରେ ଶ୍ରୀ ସ୍ବାଇଁ ସମସ୍ତଙ୍କ ସହଯୋଗ ଓ ଆଶିର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଯାହା ସଭାରେ ଭାବବିହ୍ବଳ ପରିବେଶ ସୃଷ୍ଟି କରିଥିଲା। ଶେଷରେ ରାଜ୍ୟ ସମ୍ପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ନୂତନ ଖବରଦାତା ସଂଘ କାର୍ଯ୍ୟାଳୟ ଗୃହ ଓ ବରିଷ୍ଠ ନାଗରିକ ସଂଘ ଗୃହ ଉଦଘାଟିତ 

masiha

ପରିବେଶ ସୁରକ୍ଷା କର୍ମଶାଳା ଉଦଯାପିତ

Sunil Chandra Nayak

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!