ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ଯା; ମୁଣ୍ଡ ଗଣ୍ଠି ଅଲଗା କରି ଦୁବୃର୍ତ୍ତ ଫେରାର, ପୋଲିସ ତଦନ୍ତ ଜାରି ; ଗାଁ ଶୋକାକୁଳ ଓ ଭୟଭୀତ

ତିରିଂ ଅଞ୍ଚଳରେ ମହିଳାଙ୍କୁ ବିଭତ୍ସ ହତ୍ଯା; ମୁଣ୍ଡ ଗଣ୍ଠି ଅଲଗା କରି ଦୁବୃର୍ତ୍ତ ଫେରାର, ପୋଲିସ ତଦନ୍ତ ଜାରି ; ଗାଁ ଶୋକାକୁଳ ଓ ଭୟଭୀତ

ମୟୂରଭଂଜ – ୨୪/୦୮ — ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଦେଓଗାଁ ରେ ଶନିବାର ରାତିରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଦେଓଗାଁ ର ମୋଠାଇ ଗୋଇପାଇ ଅପରାହ୍ନରେ ଗାଁ ପାଖକୁ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ ।ରାତି ଆଠଟା ପାଖାପାଖି ସମୟରେ ଫୁଟବଲ ଖେଳ ଦେଖି ସାରି ଘରକୁ ଫେରି ଦେଖନ୍ତି ତ ଚୁଲି ପାଖରେ ତାଙ୍କ ପତ୍ନୀ ସୁହାଗି ଗୋଇପାଇ (୩୫) ର ମୁଣ୍ଡରୁ ଗଣ୍ଠି ଅଲଗା ହୋଇଥିବା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ପଡି ରହିଥିଲା ।ଚୁଲି ପାଖରେ ରୋଷେଇ କରୁଥିବା ସମୟରେ ସଇତାନ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଠି ଅଲଗା କରି ଦେଇଥିଲା ।ମହିଳାଙ୍କର ହାତରେ ରୋଷେଇ ଖୋଷୁଣୀ ଥିଲା । ରକ୍ତ ରଞ୍ଜିତ ହୋଇଥିଲା ଚଟାଣ । ଘରେ ଏକୁଟିଆ ଥିବା ଦେଖି ମହିଳାଙ୍କୁ କେହି ହତ୍ୟା କରି ପାରିଥାନ୍ତି ।ଆଜି ସୋମଵାର ଦିନ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ ,ତିରିଂ ଥାନାଧିକାରୀ ପ୍ରଶାନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରି ଦେଇଛନ୍ତି ।ବାରିପଦାର ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି ।ପୋଲିସ ମୃତକକୁ ଉଦ୍ଧାର କରି ହତ୍ୟା ଜନିତ ଘଟଣା ମାମଲା କେଶ ନମ୍ବର ୧୨୫/୨୫ ରୁଜୁ କରି ଶବ ଵ୍ଯଵଛେଦ ପାଇଁ ରବିବାର ଅପରାହ୍ନରେ ରାଇରଙ୍ଗପୁର‌ ହସ୍ପିଟାଲକୁ ପଠାଇଛି ।ମୃତ୍ଯୁର‌ କାରଣ ଅସ୍ପଷ୍ଟ ।ପୋଲିସ ତଦନ୍ତକୁ ଜୋରଦାର କରିଛି ।ଖୁବ୍ ଶିଘ୍ର ଆସାମୀ ଧରାପଡିଯିବା ବୋଲି ପୋଲିସ କହିଛି ।ଏଭଳି ଲୋମହର୍ଷଣକାରୀ ବିଭତ୍ସ ହତ୍ୟାକାଣ୍ଡ ଦେଖି ଗାଁ ରେ ଶୋକାକୂଳ ପରିଵେଶ ହେବା ସହ ଗ୍ରାମଵାସୀ ଭୟଭୀତ ହୋଇ ପଡିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଲା ଟିପିଏସ୍ଓଡିଏଲ୍ – ୮୦୦୦ ଉପଭୋକ୍ତା ଉପକୃତ

Sunil Chandra Nayak

ଯୁଗ ବଦଳୁଛି, ହେଲେ ବଦଳି ପାରୁନି ବିଜରାଦର ଗ୍ରାମବାସୀ ଙ୍କ ଭାଗ୍ୟ 

masiha

ବଜ୍ରପାତ ରେ ୨ ବଖରା ଭଶ୍ମୀଭୂତ 

masiha

Leave a Comment

error: Content is protected !!