ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

ରାଉରକେଲା ସାହିତ୍ଯ ସଂସଦର ଶିଶୁ ମହୋତ୍ସବ 

ରାଉରକେଲା : ସହରର ଅନ୍ୟତମ ସାହିତ୍ଯ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ଯ ସଂସଦର ତ୍ରୈମାସିକ ଶିଶୁ ମହୋତ୍ସୋବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି | କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଓ ଅନିଲ କୁମାର ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ମୁଖ୍ଯବକ୍ତା ଭାବରେ ଡ.ଅଶ୍ବିନୀ କୁମାର ରାୟ କହିଲେ ଯେ ସୃଜନଶୀଳତା ଅମୃତ ଉଚ୍ଛାସ ଓ ମଧୁମୟ ପ୍ରୀତିର ଅମଳିନ ଉତ୍ସ ହେଉଛି ରାଉରକେଲା ସାହିତ୍ଯ ସଂସଦ |ମୁଖ୍ଯଅତିଥି ଭାବେ ଯୋଗଦାନ କରି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି କହିଲେ ପ୍ରାଥମିକ ସ୍ତରରୁ ଯଦି ପିଲାମାନଙ୍କୁ ଆମ ଭାଷା ସାହିତ୍ଯ ସଂସ୍କୃତିକୁ ଶୁଦ୍ଧ ଓ ସରଳ ଭାଷାରେ କିମ୍ବା ପଞ୍ଚତନ୍ତ୍ରର ଗପ ଭଳି ବୁଝାଇ ଦିଆଯିବ ସେମାନେ ଆମ ଭଷାକୁ, ଆମ ସଂସ୍କୃତିକୁ ନିଶ୍ଚିତ ଭଲପାଇବେ | ସଂସଦର ସଂପାଦକ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ସହ ରାଉରକେଲା ସାହିତ୍ଯ ସଂସଦର ଆଭିମୁଖ୍ଯ ଓ ଏହା ଅନ୍ଯ ସମସ୍ତ ଅନୁଷ୍ଠାନ ଠାରୁ କିପରି ସ୍ବତନ୍ତ୍ର ତାହା ଦର୍ଶାଇଥିଲେ | ଅନ୍ଯତମ ସମ୍ମାନିତ ଅତିଥି ଜୀବେଶ୍ବରୀ ପଟେଲ ସ୍ବଭାବ କବି ଗଙ୍ଗାଧରଙ୍କ କବିତାରୁ ଛୋଟ ଛୁଆଙ୍କ ପାଇଁ ସୁନ୍ଦର ଉକ୍ତିମାନ ଉଦ୍ଧର କରିଥିଲେ | ବିଭିନ୍ନ ସ୍କୁଲର କୃତିତ୍ବ ହାସଲ କରିଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା | ପ୍ରରମ୍ଭରେ ନମ୍ରତା ଡ୍ଯାନ୍ସ ଏକାଡେମୀ ,ଅନ୍ବେଷା ଡ୍ଯାନ୍ସ ଏକାଡେମୀ,ସାଧନା ଡ୍ଯାନ୍ସ ଗ୍ରୃପ୍ ର ପିଲାମାନେ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରିଥିଲେ | ଗୁରୁ ଜ୍ଯୋତିର୍ମୟ ଆଚାର୍ଯ୍ଯ ଓ ସାଥିଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା । ଉପସଭାପତି ରମେଶ ଚନ୍ଦ୍ର ବାରିକ ସ୍ବାଗତ ଅଭିଭାଷଣ ରଖିଥିଲା ବେଳେ ଗୀତାରାଣୀ ବେହେରା ମଞ୍ଚ ପରିଚାଳନା କରିଥିଲେ | ଦ୍ବିତୀୟ ପର୍ଯ୍ଯାୟରେ ନିରଞ୍ଜନ କରଣଙ୍କ ସଭାପତିତ୍ବରେ କବିତା ଆସର ଆୟୋଜନ କରାଯାଇଥିଲା , ଏଥିରେ ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ସମ୍ମାନୀତ ଅତିଥି ଓ ସଂଯୋଜିକା ଭାବରେ କବୀ ନିରୁପମା ନାୟକ, ରୀନାରାଣୀ ସ୍ବାଇଁ, ସୁଚିସ୍ମିତା ପଣ୍ଡା ଯୋଗଦାନ କରିଥିଲେ | କବି ପଞ୍ଚାନନ ସାହୁ, ଉପେନ୍ଦ୍ର ବସ୍ତିଆ ,ବିଜୟ ମହାପାତ୍ର,ଅକ୍ଷୟ କୁମାର ଧଳ,ନିରଞ୍ଜନ କରଣ,ସସ୍ମିତା ପ୍ରଧାନ ,ପ୍ରଶାନ୍ତ କୁମାର ପତି,ଗଙ୍ଗାଧର ପୁହାଣ,ପ୍ରଦୀପ ପଣ୍ଡା,ପର୍ଶୁରାମ ବାରିକ,ବସନ୍ତ ବିଶ୍ବକର୍ମା,ସୁକାନ୍ତି ବାରିକ,ସୁଶାନ୍ତ ସିଂହ ପ୍ରମୁଖ କବିତା ପାଠ କରଥିଲେ | ଅନ୍ଯମାନଙ୍କ ମଧ୍ଯରେ ବାଳକୃଷ୍ଣ ସ୍ବାଇଁ,ସୂର୍ଯ୍ଯମଣୀ ପଣ୍ଡା, ନିତ୍ଯାନନ୍ଦ ବିଶ୍ବାଳ,ବିମ୍ବାଧର ପାଢି ଆଦି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଚିତ୍ରା ଲେଙ୍କା ଧନ୍ଯବାଦ ଅର୍ପଣ କରିଥିଲେ | 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ବେଦବ୍ୟାସ ଟ୍ରକ୍ ଓନର୍ସ ଆସୋସିଏସନର ୧୫ତମ ଶପଥ ଗ୍ରହଣ ଉତ୍ସବ

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

masiha

Leave a Comment

error: Content is protected !!