ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ନବରଙ୍ଗପୁରରେ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

ନବରଙ୍ଗପୁର( ତା.୦୨.୦୭.୨୦୨୬)(ରବି ନାରାୟଣ ମହାନ୍ତି) ବିକଶିତ ଭାରତ @୨୦୪୭ର ପରିକଳ୍ପନାକୁ ସାକାର କରିବା ତଥା ଗ୍ରାମୀଣ ପରିବାରମାନଙ୍କର ଆର୍ଥିକ ସଶକ୍ତିକରଣ ଓ ଆଜୀବିକାର ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ)’ [VB-G RAM (G)] କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତିର ସଦସ୍ୟା, MBK, CRP ଏବଂ ଯୁବ ପ୍ରତିନିଧିମାନେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, VB-G RAM (G) କେବଳ ଏକ ରୋଜଗାର ଯୋଜନା ନୁହେଁ, ବରଂ ଗ୍ରାମୀଣ ପରିବାରର ଆର୍ଥିକ ସୁରକ୍ଷା, ସ୍ୱାବଲମ୍ବନ ଏବଂ ସମ୍ମାନଜନକ ଜୀବିକାର ଏକ ନୂତନ ଦିଗନ୍ତ। ପୂର୍ବରୁ ପ୍ରଚଳିତ MGNREGA ତୁଳନାରେ ଏହି ଯୋଜନା ଅଧିକ ବ୍ୟାପକ, ଅଧିକ ଫଳପ୍ରଦ ଏବଂ ସମୟୋପଯୋଗୀ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ କେନ୍ଦ୍ର ସ୍ତରରେ ଆୟୋଜିତ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ସମସ୍ତ ଅତିଥି ଓ ପ୍ରତିନିଧି ଏହାକୁ ଅବଲୋକନ କରିଥିଲେ।ମୁଖ୍ୟ ଅତିଥି ଭାବେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ କହିଥିଲେ ଯେ, ୦୧ ଜୁଲାଇ ୨୦୨୬ରୁ କାର୍ଯ୍ୟକାରୀ ହୋଇଥିବା ଏହି ଅଧିନିୟମ ନବରଙ୍ଗପୁର ପରି ଆଦିବାସୀ ବହୁଳ ଜିଲ୍ଲା ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହେବ। ଏହା ଅଧୀନରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ନିଶ୍ଚିତ ଅଣକୁଶଳୀ ରୋଜଗାର ମିଳିବ। ବୁଣା ଓ ଅମଳ ଋତୁରେ ସର୍ବାଧିକ ୬୦ ଦିନ କାର୍ଯ୍ୟ ବନ୍ଦ ରହିବା ଦ୍ୱାରା କୃଷି କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ସମସ୍ତ ଲାଇନ ବିଭାଗ, ପଞ୍ଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, MBK, CRP ଓ ଯୁବ ପ୍ରତିନିଧିମାନେ ସମନ୍ୱିତ ଭାବେ କାର୍ଯ୍ୟ କରି ଯୋଜନାର ସୁଫଳ ପ୍ରତ୍ୟେକ ଯୋଗ୍ୟ ପରିବାର ନିକଟରେ ପହଞ୍ଚାଇବାକୁ ସେ ଆହ୍ୱାନ ଜଣାଇଥିଲେ।ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଅଧିନିୟମ, ୨୦୨୫’ ଅନୁଯାୟୀ ୦୧ ଜୁଲାଇ ୨୦୨୬ରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ପ୍ରତି ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର ନିଶ୍ଚିତ ରୋଜଗାର, କାର୍ଯ୍ୟ ସମାପ୍ତିର ୧୫ ଦିନ ମଧ୍ୟରେ ସିଧାସଳଖ DBT ମାଧ୍ୟମରେ ମଜୁରୀ ପ୍ରଦାନ, କୃଷି ଋତୁରେ କାର୍ଯ୍ୟ ବିରତି ଏବଂ ଜଳ ସଂରକ୍ଷଣ, ଗ୍ରାମୀଣ ସଡ଼କ, ଅଙ୍ଗନବାଡ଼ି କେନ୍ଦ୍ର ଭଳି ସ୍ଥାୟୀ ସମ୍ପତ୍ତି ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା ୧୫ ଦିନ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସଚେତନତା ଶିବିର ଆୟୋଜନ କରାଯିବ। ଏହା ସହିତ ଜବ୍ କାର୍ଡ ଅଦ୍ୟତନ, ନୂତନ ପଞ୍ଜୀକରଣ ଓ ହିତାଧିକାରୀଙ୍କ ସଚେତନତା ପାଇଁ MBK ଓ CRPମାନେ ଘରକୁ ଘର ବୁଲି ଜନସମ୍ପର୍କ କାର୍ଯ୍ୟକ୍ରମ ପରିଚାଳନା କରିବେ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି, ଝରିଗାଁ ବିଧାୟକଙ୍କ ପ୍ରତିନିଧି, ଜିଲ୍ଲାସ୍ତରୀୟ ଲାଇନ ବିଭାଗର ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, MBK, CRP ଏବଂ ବହୁ ସଂଖ୍ୟକ ଯୁବ ପ୍ରତିନିଧି ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଘର ସର୍ଭେରେ ଅଙ୍ଗନ ବାଡ଼ି କର୍ମୀଙ୍କୁ ପ୍ରଶାସନିକ ଅଧିକାରୀ ଦୁର୍ବ୍ୟବହାର ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କଲେ ଅଙ୍ଗନବାଡ଼ି କର୍ମୀ ସଂଘ 

Sunil Chandra Nayak

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଯାପିତ 

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!