ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

ରାସ୍ତା ଉପରେ ଓହଳି ରହିଛି ବିଦ୍ୟୁତ ତାର 

ନର୍ଲା,୩୦/୧୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡରେ ବିଦ୍ୟୁତ ତାରକୁ ନେଇ ଦେଖାଯାଇଛି ସମସ୍ୟା। ରୁପ୍ରାରୋଡ ବସ୍ତିର ଏମୁଣ୍ଡ ସେମୁଣ୍ଡ ରାସ୍ତା କଡ଼ ଓ ଉପରେ ଓହଳି ରହିଛି ବିଦ୍ୟୁତ ତାର। ଏହି ବସ୍ତିକୁ ପ୍ରତିଦିନ ଅନେକ ମାଲବାହୀ ଯାନ ଆସିଥାଏ। ବିଦ୍ୟୁତ ତାର ଓହଲି ରହିଥିବାରୁ ପ୍ରାୟ ସମୟରେ ସମସ୍ୟା ଦେଖା ଦେଇଥାଏ। ଅନେକ ମାସ ହେଲା ଏହି ତାରକୁ ବ୍ୟବସ୍ଥିତ ଢ଼ଙ୍ଗରେ ରଖିବା ପାଇଁ ନୂତନ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି କିନ୍ତୁ କାର୍ଯ୍ୟକାରୀ କରାଯାଉନାହିଁ। ବିଶେଷ କରି ବସ୍ତିର ଗାୟତ୍ରୀ ମନ୍ଦିର ଠାରୁ ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ବିଦ୍ୟୁତ ତାର ଓହଲି ରହିଥିବାରୁ ଏହି ଦୀର୍ଘ ରାସ୍ତା ମଧ୍ୟରେ ଯାନ ବାହାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି। କେତେବେଳେ ଏହା ଅଘଟଣ ମଧ୍ୟ ଘଟାଇପାରେ ତେଣୁ ବିଭାଗୀୟ କତୃପକ୍ଷ ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

କୁମ୍ଭକର୍ଣ୍ଣ ନିଦ୍ରାରେ ୩ ବିଭାଗ  , ବେଧଡ଼କ ଚାଲିଛି ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ 

Sunil Chandra Nayak

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

masiha

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୮୯ତମ ଓଡିଶା ଦିବସ ପାଳିତ

masiha

Leave a Comment

error: Content is protected !!