ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

ଜୁନାଗଡ଼,୩୦/୧୨(ମ ନି ସ) କଳାହାଣ୍ଡି ଜୁନାଗଡ଼ ସଂସ୍କୃତି ଭବନ ତଥା ଟାଉନ ହଲ ଠାରେ ଓଡିଶା ଡିଜିଟାଲ ମିଡିଆ ଆସୋସିଏସନ୍ ଦ୍ୱାରା ଅନୁବନ୍ଧିତ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ୍ରର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ବାର୍ଷିକ ଉତ୍ସବ କାର୍ଯ କର୍ମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ର ବିଧାୟକ୍ ସୁଧୀର ପାଟଯୋଶୀ, ମୁଖ୍ୟବକ୍ତା ଭାବରେ ସତ୍ୟନାରାୟଣ ମୁଣ୍ଡଛିନା ଅଧକ୍ଷ ଥୁଆମୂଲ୍ ରାମପୁରର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ସୁରେନ୍ଦ୍ର ସିଂ ସଭା ପରିଚାଲନା କରିଥିବା ବେଳେ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନର ସଭାପତି ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏବଂ ସମ୍ପାଦକ ରବି ଶଙ୍କର ସୁନାନୀ ମଞ୍ଚା ସିନ ଥିଲେ ।ଏହି ବାର୍ଷିକ ଉତ୍ସବ ରେ ଜୁନାଗଡ଼ ର କଳା ବିକାଶ କେନ୍ଦ୍ରର କଳାକାର ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ବିଧାୟକ କଳାବିକାଶ କେନ୍ଦ୍ରର ସମ୍ପାଦକ ମାନସ ରଞ୍ଜନ ସେଠୀ ଙ୍କୁ ମାନପତ୍ର ସହିତ ସମ୍ମାନିତ କରିଥିଲେ । ଜୁନାଗଡର ବିଶିଷ୍ଠ ସମାଜ ସେବୀ ଦୁର୍ଗା ପ୍ରସାଦ ନାଏକ ଙ୍କୁ ମଧ୍ୟ ମାନ ପତ୍ର ସହିତ ଧର୍ମଗଡ ବିଧାୟକ ଶ୍ରୀଯୁକ୍ତ ପାଟଯୋଷି ସମ୍ମାନିତ କରିଥିଲେ । ତା ପରେ ମଞ୍ଚରେ ଏ ବର୍ଷର ସଫଳ ମହିଳା ଚାଷୀ ଭାବରେ ଜୁନାଗଡ଼ର ପୁଷ୍ପାଞ୍ଜଳି ପୂଜାରୀଙ୍କୁ ଏବଂ ଜୟପାଟଣାର ପ୍ରାଣ ରଞ୍ଜନ ବେହେରାଙ୍କୁ ସଫଳ ଚାଷୀ ଭାବରେ ବିଧାୟକ ସମ୍ମାନିତ କରିଥିଲେ। ଶେଷରେ କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନର ସମ୍ପାଦକ ରବି ଶଙ୍କର ସୁନାନି ସମସ୍ତ ଗଣମାଧ୍ୟମ ବନ୍ଧୁ ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

masiha

କୁସୁମିରେ ବାଲି ଯାତ୍ରା ଆରମ୍ଭ 

masiha

“ଜେକେବିକେ” ୯୪ ବ୍ୟାଚର ବନ୍ଧୁମିଳନ ପର୍ବ

masiha

Leave a Comment

error: Content is protected !!