ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ମଣିଷ ଗଢ଼ା କାରଖାନା, କହିଲେ ମୁଖ୍ୟ ଅତିଥି 

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ମଣିଷ ଗଢ଼ା କାରଖାନା, କହିଲେ ମୁଖ୍ୟ ଅତିଥି 

ବ୍ରହ୍ମପୁର, ତା. ୨୪/୦୧ :   ବ୍ରହ୍ମପୁର,୨୪/୧/୨୫- ସ୍ଥାନୀୟ ରେଡ୍ଡୀ ଗ୍ୟାରେଜ ଛକ ତୁଳସୀ ନଗର ଷଷ୍ଠ ସରଣୀସ୍ଥ ” ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର “ର ତ୍ରୟୋବିଂଶତିତମ ବାର୍ଷିକୋତ୍ସବ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜୟନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧୀର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ମୁଖ୍ୟ ଅତିଥି, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର. ମୂରଲୀ ମୋହନ ବରେଣ୍ୟ ଅତିଥି, ବ୍ରହ୍ମପୁର ମହାନଗର ନିଗମ ୧୫ ନଂ ୱାର୍ଡ କର୍ପୋରେଟର ଆର. ପାବନୀ ବିଶିଷ୍ଟ ଅତିଥି, ବରିଷ୍ଠ ଶିକ୍ଷାବିତ୍ ତଥା ଶିଶୁ ସାହିତ୍ୟିକ ଡଃ. ବିଜୟ ଚନ୍ଦ୍ର ମହାରଣା ମୁଖ୍ୟ ବକ୍ତା ଏବଂ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଓ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କ ତୈଳ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ସହ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଶିଶୁ ମନ୍ଦିର ଭଳି ମଣିଷ ତିଆରି କାରଖାନା ଗୁଡିକର ସଫଳତା ଉକ୍ତ ଅନୁଷ୍ଠାନର ଆଚାର୍ଯ୍ୟ-ଆଚାର୍ଯ୍ୟା ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀଙ୍କ ନିଷ୍ଠା ଓ ତ୍ୟାଗ ଉପରେ ନିର୍ଭର କରୁଥିବା ହେତୁ ସେମାନେ ଅତୀବ ପ୍ରଶଂଶାର୍ହ ବୋଲି ମତବ୍ୟକ୍ତ କରିଥିଲେ ।

            ନୃତ୍ୟାଚାର୍ଯ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ସମ୍ପାଦକ ତଥା ପ୍ରଧାନଚାର୍ଯ୍ୟ ବରୁଣ କୁମାର ଚୌଧୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର-ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ପରେ ଶିଶୁ ଭାଇ-ଭଉଣୀ ମାନଙ୍କ ଦ୍ୱାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ନୃତ୍ୟଂଶରେ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ପ୍ରଦୀପ ସେଠୀ ଏବଂ ସଂଗୀତାଂଶରେ କୃଷ୍ଣ ଚନ୍ଦ୍ର ବେହେରା, ଶଙ୍କର ଓ କାହ୍ନୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ-ଆଚାର୍ଯ୍ୟାମାନେ ସହଯୋଗ କରିଥିବା ବେଳେ ପରିଶେଷରେ ଆଚାର୍ଯ୍ୟା ନିରୁପମା ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲୋ-ଭୋଲ୍ଟେଜ୍ ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ 

Sunil Chandra Nayak

କେଗାଁ ମଣ୍ଡଳରେ “ମନ କି ବାତ” କାର୍ଯ୍ୟକ୍ରମର ସଫଳ ରୂପାୟନ ଶତ ପ୍ରତିଶତ ସଫଳତାର ସହ ଅଂଶଗ୍ରହଣ

Sunil Chandra Nayak

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

Leave a Comment

error: Content is protected !!