ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

      ରାୟଗଡ ତା ୨୨-୧୨-୨୦୨୪    ଜିଲ୍ଲା ଚଇତି ସାଂସ୍କୃତିକ ଶୋଭାଯାତ୍ରା କମିଟି ତରଫରୁ ରବିବାର ଦିବା ୧୧ଘଟିକା ସମୟରେ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଡ: ଦୟାନିଧି ବାଗ ସହିତ ଅନେକ କମିଟି ସଦସ୍ଯ ଉପସ୍ଥିତ ଥିଲେ । ୨୬ ତାରିଖ ଗୁରୁବାର ଦିନ ସକାଳ ୮.୩୦ମିନିଟ ସମୟରେ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଦିନ ୯ ଘଟିକା ସମୟରେ ପବିତ୍ର ଜଳ ସହ କଳସ ଶୋଭାଯାତ୍ରାର ଆୟୋଜନ କରାଯିବ। ରାସ୍ତାରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରାପ୍ତ କରି ଶୋଭାଯାତ୍ରା ମୁଖ୍ଯ ବଜାର ଦେଇ ଚଇତି ମଣ୍ଡପରେ ପହଞ୍ଚିବ । 

      ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ନୃତ୍ଯ ଦଳ, ବାଜାଦଳ, ସ୍ବୟୋଂ ସହାୟକ ଦଳ, ବିଭିନ୍ନ ସଂଘ ତଥା ଜନସାଧାରଣ ଏଥିରେ ସାମିଲ ହେବା ନିମନ୍ତେ କମିଟି ତରଫରୁ ଅନୁରୋଧ କରାଯାଇଛି । ଚଇତି ଉଦ୍ଘାଟନୀ ସଂଧ୍ଯାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

masiha

ବଡି ତିଆରି କରି ସ୍ୱାବଲମ୍ବୀ ହେଉଛନ୍ତି ରମାଦେବୀ ସ୍ଵୟଂ ସହାୟିକା ଗୋଷ୍ଠୀ

masiha

କ୍ରିୟାଯୋଗ ପରିବାର ପକ୍ଷରୁ ସତ ସଂଘ ଅନୁଷ୍ଠିତ

masiha

Leave a Comment

error: Content is protected !!