ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

ଚଇତିର ଉଦ୍ଘାଟନୀ ଉତ୍ସବ ସାଂସ୍କୃତିକ ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁ୍ଷ୍ଠିତ 

      ରାୟଗଡ ତା ୨୨-୧୨-୨୦୨୪    ଜିଲ୍ଲା ଚଇତି ସାଂସ୍କୃତିକ ଶୋଭାଯାତ୍ରା କମିଟି ତରଫରୁ ରବିବାର ଦିବା ୧୧ଘଟିକା ସମୟରେ ସଂସ୍କୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଡ: ଦୟାନିଧି ବାଗ ସହିତ ଅନେକ କମିଟି ସଦସ୍ଯ ଉପସ୍ଥିତ ଥିଲେ । ୨୬ ତାରିଖ ଗୁରୁବାର ଦିନ ସକାଳ ୮.୩୦ମିନିଟ ସମୟରେ ମାଁ ମଝିଘରିଆଣୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ଦିନ ୯ ଘଟିକା ସମୟରେ ପବିତ୍ର ଜଳ ସହ କଳସ ଶୋଭାଯାତ୍ରାର ଆୟୋଜନ କରାଯିବ। ରାସ୍ତାରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରାପ୍ତ କରି ଶୋଭାଯାତ୍ରା ମୁଖ୍ଯ ବଜାର ଦେଇ ଚଇତି ମଣ୍ଡପରେ ପହଞ୍ଚିବ । 

      ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ, ନୃତ୍ଯ ଦଳ, ବାଜାଦଳ, ସ୍ବୟୋଂ ସହାୟକ ଦଳ, ବିଭିନ୍ନ ସଂଘ ତଥା ଜନସାଧାରଣ ଏଥିରେ ସାମିଲ ହେବା ନିମନ୍ତେ କମିଟି ତରଫରୁ ଅନୁରୋଧ କରାଯାଇଛି । ଚଇତି ଉଦ୍ଘାଟନୀ ସଂଧ୍ଯାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ହିନ୍ଦୁ ପରିଷଦ ର ସ୍ଥାପନା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ 

Sunil Chandra Nayak

ବିଶୋଇରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଅନାବରଣ

masiha

ଟେମରି କେନ୍ଦ୍ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ତଥା ୬୮ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!