ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ବଣିକ ସଂଘ ଗଠିତ , ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକ ମନୋନୀତ….

ଦଣ୍ଡପାଟ ବଣିକ ସଂଘ ଗଠିତ ,

ଲଲିତ ଅଗ୍ରୱାଲ ସଭାପତି, ତ୍ରିଲୋକ ସିଂହ ସମ୍ପାଦକ ମନୋନୀତ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ସ୍ଥିତ ବେହେରା ଗ୍ରାମର ଗ୍ରାମପଞ୍ଚାୟତ ଭବନ ପରିସରରେ ଶୁକ୍ରବାର ଦଣ୍ଡପାଟ ବଣିକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଅବସର ରେ ଅନୁଷ୍ଠିତ ବୈଠକ ରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ଲଲିତ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ଘନଶ୍ୟାମ ପଟେଲ ଉପ ସଭାପତି , ତ୍ରିଲୋକ ନାଥ ସିଂହ ସମ୍ପାଦକ,ଅନିଲ ପଣ୍ଡା ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବରେ ଲିଙ୍ଗରାଜ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ଈଶ୍ୱର ଲାଲ ଅଗ୍ରୱାଲ,ମୁକେଶ ଅଗ୍ରୱାଲ, ରୋସନ୍ ଲାଲ ଅଗ୍ରୱାଲ,ଲଲାଟ ବିଶି,ରାହାସ ନାଏକ,ଖଗେଶ୍ବର ବାଗ,ରଜୁସିଂହ ଠାକୁର ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ କରାଯାଇଛି। ଅନୁଷ୍ଠିତ ବୈଠକରେ ଅଞ୍ଚଳର ଶହେରୁ ଅଧିକ ବ୍ୟବସାୟୀ ଯୋଗଦାନ କରି ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ବିକ୍ଷୋଭ 

Sunil Chandra Nayak

ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!