ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

ଦେଓମାଳି ପାଇଁ ଆଗେଇ ଆସିଲା ଜିଲ୍ଲା ପ୍ରଶାସନ, ଦେଓମାଳି ସୁରକ୍ଷା ଓ ସ୍ୱେଚ୍ଛତା କୁ ଦେଲେ ଗୁରୁତ୍ୱ

 ପଟ୍ଟାଙ୍ଗି :- କୋରାପୁଟ ର ଉଚ୍ଚତମ ପର୍ବତ ଦେଓମାଳି ଉପରେ କଟକଣା ଲଗେଇଲେ ଜିଲ୍ଲା ପ୍ରଶାସନ। ଦେଓମାଳି ର ସ୍ଵଛତା କୁ ଦୃଷ୍ଟି ରଖି କୋରାପୁଟ ଜିଲ୍ଲା ପ୍ରଶାସନ ର ପଦକ୍ଷେପ । ରାତି ଆଠ ରୁ ଭୋର୍ ପାଞ୍ଚ ଯାଏ ପର୍ଯ୍ୟଟକ ଙ୍କ ଗତିବିଧି ଉପରେ କଟକଣା ଲଗେଇଲେ କୋରାପୁଟ ଜିଲ୍ଲାପାଳ।ପ୍ରଶାସନ ର ବିନା ଅନୁମତି ରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍ ରାତ୍ରି ଯାପନ କରି ପାରିବେ ନାହିଁ। ପର୍ଯ୍ୟଟକ ଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ମନା।.. ସାଥୀ ରେ ନେଲେ ଜରିମାନା ଏହିପରି ବିଭିନ୍ନ ନିୟମ ଉକ୍ତ ଏସଓପି ରେ ରହିଥିବା ବେଳେ ଗତ ୧୦ ତାରିଖ ଠାରୁ ୪୫ ଦିନ ପର୍ଯ୍ୟନ୍ତ ତାହା ବଲବତର ରହିବ ବୋଲି ଜଣାପଡିଛି । ଆଜି ଦେଓମାଳି ଠାରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ , କୋରାପୁଟ ଏସପି ରୋହିତ ବର୍ମା ,ଡିଏଫ ଓ କେ ଭି ରାଓ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ସମେତ ପଟ୍ଟାଙ୍ଗି ବିଡ଼ିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ପ୍ରମୁଖ ପହଁଚି ଦେଓମାଳି ସୁରକ୍ଷା ଓ ସ୍ୱଚ୍ଛତା ଉପରେ ଆଲୋଚନା କରିଥିଲେ।ଓ ଦେଓମାଳି କୁ ସବୁଜ ସୁନ୍ଦର ରଖିବା ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ର ନୁହେଁ ସମସ୍ତେ ପର୍ଯ୍ୟଟକ ଚାହିଁଲେ ଦେଓମାଳି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୋଇପାରିବ ଓ ଦେଓମାଳି କୁ ନେଇ ପର୍ଯ୍ୟଟନ କ୍ଷେତ୍ର ରେ କୋରାପୁଟ ଜିଲ୍ଲା ଗର୍ଵ ବୋଲି ଜିଲ୍ଲାପାଳ କହିଥିଲେ।ଓ ଦେଓମାଳି କୁ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କିପରି କରିହେବ ଏଥିପ୍ରତି ଜିଲ୍ଲା ପ୍ରଶାସନ ପୁରା ତତ୍ପରତା ରହିଥିବା ଜିଲ୍ଲା ପାଳ ସୂଚନା ଦେଇଥିଲେ। ସୂଚନାଥାଉ କି ଗତ ଦିନ ରେ ପାନ ଇଣ୍ଡଷ୍ଟ୍ରି ର ନିର୍ଦେଶକ ଏସ ଏସ ରାଜମଉଲି ଦେଓମାଲି ର ସ୍ୱଚତା କୁ ନେଇ ନିଜ୍ ଏକ୍ସ ହେଣ୍ଡେଲ ରେ ତ୍ୱିଟ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କେବଳ ଶୌଚାଳୟ ନିର୍ମାଣ କରି ୧୦ ଲକ୍ଷ ହଡପ ଖବର ପ୍ରକାଶ ସମ୍ପୁର୍ଣ୍ଣ ମିଥ୍ୟା – ଚେୟାରମେନ

Sunil Chandra Nayak

ନୀତି ଆୟୋଗ ବୈଠକ

Sunil Chandra Nayak

ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଭୋଟର ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!