ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘର ପୋଡି ଠୁ ବଳି ବଡ଼ ଦୁଃଖ ଆଉ କଣ ! ପତଞ୍ଜଳି ପରିବାର ପହଞ୍ଚି ବଢ଼ାଇଲା ସହାୟତାର ହାତ 

ଘର ପୋଡି ଠୁ ବଳି ବଡ଼ ଦୁଃଖ ଆଉ କଣ ! ପତଞ୍ଜଳି ପରିବାର ପହଞ୍ଚି ବଢ଼ାଇଲା ସହାୟତାର ହାତ 

କାମାକ୍ଷାନଗର (ମନିସ )12/4/25 // କାମାକ୍ଷାନଗର ସହର ଆଳତୁମା ଗ୍ରାମ ୧୩ ନମ୍ବର ଓ୍ଵାର୍ଡ ପାତ୍ର ସାହିର କଵିତା ପାତ୍ରଙ୍କର ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଏକ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ତାଙ୍କର ୫ ବସ୍ତା ଧାନ, ୧ ବସ୍ତା ଚାଉଳ ଓ ପିନ୍ଧା ଲୁଗା ଓ ଆସଭାଵପତ୍ର ସବୁ ପୋଡିଯାଇଛି । ଅତ୍ୟନ୍ତ ଦୁଃଖ ଦାୟକ ରହିଛି ତାଙ୍କର ପରିସ୍ଥିତି। 

ଏହି ଦୁଃଖଦ ସମ୍ବାଦ ପ୍ରାପ୍ତ ହୋଇ କାମାକ୍ଷାନଗର ପତଞ୍ଜଳି ଯୋଗ ସମିତି ତରଫରୁ ବରିଷ୍ଠ ଯୋଗଗୁରୁ ରବିନାରାୟଣ ସାହୁ ଙ୍କ ନେତୃତ୍ୱରେ ପତଞ୍ଜଳି ପରିବାରର ସମ୍ପାଦକ ଅକ୍ଷୟ ରାଉଳ, ଜନପ୍ରତିନିଧି ପ୍ରମୋଦ ଷେଣ୍ଢ,ଭାଗୀରଥୀ ସାହୁ, ସଞ୍ଜୟ ମହାକୁଡ଼, ସଞ୍ଜୟ ଵିଶ୍ଵାଳ, ହିମାଦ୍ରି ଦାସ ଓ ପ୍ରଦୀପ ଷେଣ୍ଢ ପ୍ରମୁଖ ଘର ପୋଡି ଯାଇଥିବା ବ୍ୟକ୍ତିଙ୍କ ଘରେ ପହଞ୍ଚି ଲୁଗା ଵସ୍ତ୍ର ସହିତ ଶୁଖିଲା ଖାଦ୍ୟ ଇତ୍ୟାଦି ପ୍ରଦାନ କରି ସହାୟତାର ହାତ ବଢ଼ାଇଛନ୍ତି ଏତତ୍ ଵ୍ୟତୀତ ସହୟତାର ହାତ ବଢ଼ାଇବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୌଶିକ ବାବା ଡିଗ୍ରୀ କଲେଜର ଶେଷ ବର୍ଷ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

Sunil Chandra Nayak

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!