ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ଆଦର୍ଶ ବିଦ୍ୟାଳୟରେ ପିଟିଏ ମାଇନ୍ସ ତରଫରୁ ଚାରା ରୋପଣ ଅଭିଯାନ

କୋଇଡା ଆଦର୍ଶ ବିଦ୍ୟାଳୟରେ ପିଟିଏ ମାଇନ୍ସ ତରଫରୁ ଚାରା ରୋପଣ ଅଭିଯାନ

କୋଇଡା – ୧୮/୦୯ —  ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଖଣି ମଣ୍ଡଳର ପିଟିଏ ମାଇନ୍ସ ଏବଂ କୋଇଡା ଵ୍ଳକ ଅନ୍ତର୍ଗତ କୁସୁମଡିହି ଆଦର୍ଶ ବିଦ୍ୟାଳୟ ପରିସରରେ ଯଶ୍ବଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ‘ ଏକ ପେଡ ମା’ କେ ନାମ ‘ ବୃକ୍ଷରୋପଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କୋଇଡା ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଶ୍ରୀ ସନ୍ତୋଷ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପିଟିଏ ଲୌହଖଣି ମେନେଜର ଇଂ ଟଙ୍କଧର ଵେହେରା ଏଵଂ‌ ତାଙ୍କ ଖଣିର କର୍ମଚାରୀ ଏଵଂ‌ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ସାର ଏବଂ ଆଦର୍ଶ ଵିଦ୍ଯାଳୟର‌ଶିକ୍ଷକ,ଶିକ୍ଷୟତ୍ରୀ ପ୍ରମୁଖ ସାମିଲ ହୋଇଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ତହସିଲଦାର ନିଜେ ଵୃକ୍ଷ ଲଗାଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେଲେ ଯାଇ ‘ଏକ ପେଟ ମା’ କେ ନାମ ଅଭିଯାନ ସଫଳ ହେବ’ ।ତେଣୁ ସମସ୍ତେ ବୃକ୍ଷ ରୋପଣ ଓ ବୃକ୍ଷର ଯତ୍ନ ନେବା ଉଚିତ ।ତଦସହ ପିଟିଏ ମାଇନ୍ସ ତରଫରୁ ୩୦୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବ ବୋଲି ମେନେଜର କହିଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

masiha

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Sunil Chandra Nayak

STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!