ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

ମହିଳାଙ୍କ ଵିରୋଧରେ ଅତ୍ୟାଚାର ଵରଦାସ୍ତ କରାଯିବ ନାହିଁ- ରାଇରଙ୍ଗପୁର ବିଜୁ ମହିଳା

ମୟୂରଭଂଜ – ୧୮/୦୯ — ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅତ୍ୟାଚାର,ବ୍ୟଭିଚାର,ଦୁଷ୍କର୍ମ,ହତ୍ୟା,ବଳାତ୍କାର,ଵ୍ଳାକ୍ ମେଲିଂ ,ମହିଳାଙ୍କ ନିଖୋଜ ହେବା ବଢ଼ି ଚାଲିଛି ।ଯାହାକୁ ନେଇ ସମସ୍ତେ ଚିନ୍ତିତ ।ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକ ଲୋକଙ୍କ ଡର ନାହିଁ ‌। ଏହାକୁ ନେଇ ମୟୂରଭଂଜ – ୨ ମହିଳା ନେତ୍ରୀ ତନୁଜା ମହାନ୍ତଙ୍କ ନେତୃତ୍ବରେ ବିଜୁ ମହିଳାକର୍ମିମାନେ ଏକ ଶୋଭାଯାତ୍ରାରେ ରାଇରଙ୍ଗପୁର‌ପୋଲିସ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ପୋଲିସମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ସେମାନେ କହିଥିଲେ ବାଲେଶ୍ଵରର ଛାତ୍ର ଆତ୍ମାହୂତି,ଗୋପାଳପୁର ବେଳାଭୁମିରେ ଗଣ ଦୁଷ୍କର୍ମ,ବ୍ରହ୍ମଗିରି ବାଲିଟିକିର ଗଡଚଣ୍ଡୀ ପାଖ ଝାଉଂବଣ ପାଖରେ ନାବାଳିକାକୁ ଦୁଷ୍କର୍ମ , ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା,ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା,ହଷ୍ଟେଲ ଛାତ୍ରୀମାନଙ୍କୁ ନିଜ ଘରୋଇ କାମରେ ନିୟୋଜିତ ଖରାଇବା, କେନ୍ଦୁଝର କନଷ୍ଟେବଳ ମହିଳା କନେଷ୍ଟବଳଙ୍କୁ ଜଘନ୍ୟ ହତ୍ଯା ଏବଂ ପ୍ରତିଦିନ କିଛି ନା କିଛି ମହିଳା ଙ୍କ ଉପରେ ମରଣାତ୍ମକ ଆକ୍ରମଣ ଏବଂ ପିଡିତା ମହିଳାମାନେ ମଧ୍ୟ ବହୁ ଶାରିରୀକ,ମାନସିକ,ଯୌନ ଉତ୍ପୀଡନ ଘଟଣା ପରିବାର ଓ ସମାଜର ଭୟ ଯୋଗୁଁ ଥାନାକୁ ଜଣାଉ ନାହାନ୍ତି ।ତେଣୁ ପୋଲିସ ମହିଳାଙ୍କ ଉପରେ ହେଉ ଅଭିଯୋଗକୁ ପ୍ରସୂତ ତଥ୍ଯ ତଦନ୍ତ କରି ତତ୍କାଳ କଠୋର‌ କାର୍ଯ୍ଯାନୁଷ୍ଠାନ ନେବାପାଇଁ ଜଣାଇଥିଲେ ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଜୁ ଏକ୍ସପ୍ରେସ ୱେ ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟସଭା ସାଂସଦ,ବିଧାୟକ,ଡିଆଜି,ଏସପି

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ରଣନୀତିରେ ସର୍ବାଗ୍ରେ ବିଜେଡ଼ି 

masiha

Leave a Comment

error: Content is protected !!