ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

 ମୟୂରଭଂଜ- ୧୭/୦୯ —  ନାରୀ ନୁହେଁ ନାରାୟଣୀ ।ଗୋଟିଏ ପରିବାରକୁ ଯୋଡିବା ରେ ଏକ ସୁସ୍ଥ ପରିବେଶ ଗଢିବାରେ ଏବଂ ପରିବାରର ପ୍ରଗତି ପଥରେ ମୁଖ୍ୟ ସାରଥୀ ଭୂମିକା ନିଭାଇଥାଏ ଜଣେ ନାରୀ ।ଯେଉଁ ଦେଶର ନାରୀ ଯେତେ ଶିକ୍ଷିତ ଓ ଆର୍ଥିକ ସଶକ୍ତ ସେହି ଦେଶର ପ୍ରଗତି ସେତେ ଅଧିକ ।ଏହାର ଉଦାହରଣ ଜାପାନ ଏଵଂ ଭାରତର କେରଳ ।ଆଜି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସୁସ୍ଥ ନାରୀ ,ସଶକ୍ତ ପରିବାର ଅଭିଯାନ’ଏକ ଜାତୀୟ ସ୍ତରୀୟ ଅଭିଯାନ ‘ କାର୍ଯ୍ୟକ୍ରମ ଇନ୍ଦୋରରେ ଶୁଭ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁ ରହିବ । ସମଗ୍ର ଭାରତରେ ପଲ୍ଲିରୁ ଦିଲ୍ଲୀରେ ରହୁଥିବା ସମସ୍ତ ମହିଳା,ଯୁବତୀ ବାଳିକା ଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହ ସମସ୍ତେ ନିଃଶୁଳ୍କ ସ୍ବାସ୍ଥ୍ଯ ପରୀକ୍ଷା ଏବଂ ସେବା ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି ।ଓଡିଶାର‌ ରାଜ୍ଯ ଵ୍ଯାପୀ କାର୍ଯ୍ୟକ୍ରମ କରାଯିବ ।ଯେଉଁଥିରେ ଜନସ୍ବାସ୍ଥ୍ୟ ପ୍ରଶାସନ,ଏନଜିଓ,ହସ୍ପିଟାଲ ଏନଜିଓ ସମସ୍ତେ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରିବା ସହ ସବୁ ବର୍ଗର ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ସେବା ପ୍ରଦାନ କରାଯିଵ ।ସ୍ବାସ୍ଥ୍ୟ ଶିବିରରେ ବ୍ୟାପକ ସ୍ବାସ୍ଥ୍ୟ ପରୀକ୍ଷା ନିମ୍ନଲିଖିତ ସର୍ତ୍ତ ଗୁଡ଼ିକୁ କଭର କରିବ ଉଚ୍ଚ ଚାପ, ,ମଧୁମେହ, ମୁଖ କର୍କଟ,ସ୍ତନ କର୍କଟ,ଗର୍ଭାଶୟ କର୍କଟ ପାଇଁ ଏନସିସି ସ୍କ୍ରିନିଂ,ଯକ୍ଷ୍ମା ସ୍କ୍ରିନିଂ,ଆନିମିଆ ପାଇଁସ୍କ୍ରିନିଂ,ସିକଲ ସେଲ୍,ଥାଲାସେମିଆ ସ୍କ୍ରିନିଂ,ଟୀକାକରଣ ଇତ୍ୟାଦି ।ଆଜି ଏହି କାର୍ଯ୍ୟକ୍ରମ ରାଇରଙ୍ଗପୁରସ୍ଥ ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ମୁଖ୍ୟ ଅତିଥି ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ,ସିଡିଏମଓ କିଶୋର କୁମାର ଆଚାର୍ଯ୍ୟ,ଏଡିଏମ୍ ବିଜୟ ଦାସ,ସୁପରିଣ୍ଟେଡେଣ୍ଟ ରବୀନ୍ଦ୍ରନାଥ ମାରାଣ୍ଡି,ଏଡିଏମ୍( ଏଫ୍ ଡବ୍ଲ୍ଯୁ) ସୁନନ୍ଦା ମିଶ୍ର,ଡିପିଏମ ଅନିଲ ମହାନ୍ତି ଏଵଂ‌ଵହୁ ଡାକ୍ତର ଡାକ୍ତରାଣୀ ଯୋଗ ଦେଇଥିଲେ ।ମୁଖ୍ୟ ଅତିଥିମାନେ କହିଥିଲେ ସ୍ବାସ୍ଥ୍ୟ ହିଁ ସଂପଦ ।ନାରୀ ମାନଙ୍କ ପ୍ରଚେଷ୍ଟା,ଧୈର୍ଯ୍ଯ ଯୋଗୁଁ ପରିବାର ସମେତ ସମାଜ ଆଗକୁ ବଢି ଚଲିଛି ।ସମସ୍ତେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ପାଇଁ କହିଥିଲେ । ଏହି କାଯ୍ଯକ୍ରମକୁ ଆସିଥିବା ଆଶା ଦିଦି,ଅଙ୍ଗନବାଡି ଦିଦି,ସ୍ବୟଂସହାୟିକା ଗୋଷ୍ଠି ସଦସ୍ୟା,ସାଧାରଣ ମହିଳା,ଯୁବତୀ ପ୍ରମୁ ଯୋଗଦେଇ ସ୍ଵାସ୍ଥ୍ଯ ପରୀକ୍ଷା କରିଥିଲୃ ଅଭିଜ୍ଞ ଡାକ୍ତର ଓ ଡାକ୍ତରଣୀଙ୍କ ଦ୍ଵାରା ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଥିଲା ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦିନ ଅବା ରାତି ହାତୀର ରାଜ , ୧ ମୃତ ,ଶୋଇଛି ବନବିଭାଗ

ଖାଦ୍ୟ ଯୋଗାଣ ଓ ଖାଉଟି ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ ଓ ରେସନକାର୍ଡ ବଣ୍ଟନ

masiha

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଇଁ ପ୍ରସ୍ତୁତି ବୈଠକ।

masiha

Leave a Comment

error: Content is protected !!