ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ଧାନତଳି ରୋଇ ମହିଳାଙ୍କ ପ୍ରତିବାଦ କୁଲିହାରୀ ବନ୍ଦପଡା ବାସି, ଯାତାୟତ ପାଇଁ ଭାରି ଅସୁବିଧା ଭୋଗୁଛନ୍ତି

ରାସ୍ତାରେ ଧାନତଳି ରୋଇ ମହିଳାଙ୍କ ପ୍ରତିବାଦ

କୁଲିହାରୀ ବନ୍ଦପଡା ବାସି, ଯାତାୟତ ପାଇଁ ଭାରି ଅସୁବିଧା ଭୋଗୁଛନ୍ତି

ଜୁନାଗଡ଼: ୨୦/୮(ମନୀସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲୀହାରୀ ଗ୍ରାମ ରାସ୍ତାରେ ଆଣ୍ଠୁଏ କାଦୁଅ,, ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ହଇରାଣ, ଚାଷ କାର୍ଯ୍ୟ ପାଇଁ ହଲବଲଦ, ଯାନବାହନ ନିଆଅଣା ରେ ଲୋକେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି।ଅନେକ ଥର ସରପଞ୍ଚଙ୍କ ଠାରୁ, ବିଧାୟକ, ସାଂସଦ ପର୍ଯ୍ୟନ୍ତ ଗୁହାରି କଲେଣି।ହେଲେ ଫଳ ଶୁନ ! ଆଜି ରାସ୍ତା ରେ ଧାନ ତଳି ରୋଇ ମହିଳାମାନେ ପ୍ରତିବାଦ କରିଥିଲେ ।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ପଂଚାୟତର କୁଲିହାରୀ ଗ୍ରାମରେ।ଏହି ଗ୍ରାମର ବନ୍ଦପଡାକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି।ବର୍ଷା ଦିନେ ଅବସ୍ଥା ଅସହ୍ୟ ହୋଇଛି।ପିଲାଠାରୁ ବୁଢାବୁଢ଼ୀ, ସମସ୍ତ ଆବଲବୃଦ୍ଧ ବନିତା ଘାଣ୍ଟି ହେଉଛନ୍ତି।ପ୍ରଶାସନର ଅବହେଳାକୁ, ପଡ଼ାବାସୀ ତୀବ୍ର ନିନ୍ଦା କରିବା ସହ, ଅସନ୍ତୋଷ ପ୍ରକାଶ କରିଛନ୍ତି।ଅଗାମୀ ପଞ୍ଚାୟତ ନିର୍ବାଚନରେ, ନେତା ମାନଙ୍କୁ ସଠିକ ଜବାବ ମଗାଯିବା ବୋଲି ପ୍ରକାଶ କରିଛନ୍ତି।ପ୍ରଶାସନ କୁଲିହାରୀ ବନ୍ଦପଡାର ରାସ୍ତାକୁ ଯଥାଶିଘ୍ର ସ୍ଥାୟୀ ଭାବରେ ସଠିକ ନିର୍ମାଣ କରିବାକୁ, ବିଭିନ୍ନ ମହଲରେ ଦାବି ହେଉଛି !

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପଞ୍ଚାୟତ ସମିତି ବୈଠକ: ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ

Sunil Chandra Nayak

ଗୋପବନ୍ଧୁ ଙ୍କ ସେବା ମାପିବାକୁ ଫିତା ନାହିଁ ଗୋପବନ୍ଧୁ ଙ୍କ ସେବା ଅମାପ : ଶ୍ରାଦ୍ଧ ତିଥିରେ ବକ୍ତା ଙ୍କ ସ୍ମୃତି ଚାରଣ 

Sunil Chandra Nayak

ଗୋଲାମୁଣ୍ଡା ଠାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

masiha

Leave a Comment

error: Content is protected !!