ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

.ରାଉରକେଲା: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ, ଓଡ଼ିଶାର ଜାତୀୟ ଚେତନାର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ମାନବିକତାର ଅନନ୍ୟ ଦିଗ୍‌ଦର୍ଶକ । ତାଙ୍କର ସମଗ୍ର ଜୀବନ ତ୍ୟାଗ, ସେବା ଓ ନିଷ୍ଠାର ଏକ ଜ୍ୱଳନ୍ତ ଉଦାହରଣ । ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ୭.୩୦ମି. ରେ ସଦସ୍ୟ ମାନେ ପାଠାଗାର ସମ୍ମୁଖରେ ସ୍ଥାପିତ ପ୍ରତିମୂର୍ତ୍ତି ନିକଟରେ ସମବେତ ହୋଇଥିଲେ । ବରିଷ୍ଠ ସଦସ୍ୟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶାନ୍ତି ପାଠ ସହ ସଦସ୍ୟ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ। ଡାକ୍ତର ଗୋକୁଳାନନ୍ଦ ସାହୁ, ସବିତା ସାହୁ, ସୁବାସ ଚନ୍ଦ୍ର ମହାପାତ୍ର,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ଶଙ୍କର ପ୍ରସାଦ ତ୍ରିପାଠୀ, ରାଜୀବ ପାଣି, ଦିବାକର ପାଣିଗ୍ରାହୀ, ନୃସିଂହ ଚରଣ ବିଶ୍ବାଳ ଏବଂ ରବି ନାରାୟଣ ସିଂହ ପ୍ରଭୃତି ସଦସ୍ୟ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ପରେ ଛେଣ୍ଡ କଲୋନୀ ମଧ୍ୟ ସ୍ଥଳ- ଗୋପବନ୍ଧୁ ଛକରେ ସ୍ଥାପିତ ପ୍ରତିମୂର୍ତ୍ତିରେ ସଦସ୍ୟ ମାନେ ମାଲ୍ୟାର୍ପଣ କରିଥିଲେ।

    ଦ୍ବିତୀୟ ପର୍ଯ୍ୟାୟ ସଂଧ୍ୟା ୭.୦୦ ଘଟିକାରେ ଉପସଭାପତି ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ବିମଳ କୁମାର ବିଶି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତଥା ବିଶିଷ୍ଟ ଗବେଷକ ଡଃ ନଗେନ କୁମାର ଦାସ ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଶୀର୍ଷକରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେବା ସହ କହିଲେ ଯେ, ଗୋପବନ୍ଧୁ ଥିଲେ ବହୁ ପ୍ରସ୍ତୀୟ ବ୍ୟକ୍ତିତ୍ୱର ଅଧିକାରୀ । ତାଙ୍କ ସାହିତ୍ୟରେ ଉଭୟ ଜାତୀୟତା ବାଦ ଓ ସଂସ୍କୃତି ପ୍ରତିଫଳିତ ହୋଇଥିଲା। କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଅତିଥି ପରିଚୟ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ ପାଠାଗାରର ପଞ୍ଜୀକରଣର ନବୀକରଣ ତଥା ଅଡିଟ୍ କାର୍ଯ୍ୟ ସମ୍ପନ୍ନ ସମ୍ପର୍କରେ ଅବଗତ କରାଇଥିଲେ। ପାଠାଗାର ସମ୍ପାଦକ ବିଶ୍ବନାଥ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଚିନ୍ମୟୀ ପୁରୋହିତ ତାଙ୍କୁ ସହଯୋଗ କରିଥିଲେ। ପ୍ରାରମ୍ଭରେ ସଦସ୍ୟା ଜୟନ୍ତୀ ପାତ୍ର ସୁଲଳିତ କଣ୍ଠରେ ଗୋପବନ୍ଧୁ ଦାସଙ୍କ ରଚିତ ‘ମିଶୁ ମୋର ଦେହ ଏ ଦେଶ ମାଟିରେ..… ‘ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ସାଂସ୍କୃତିକ ସମ୍ପାଦକ ରବୀନ୍ଦ୍ର କୁମାର ସରାଫ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦର୍ଶନଶାସ୍ତ୍ର ବିଭାଗ ଶେଷ ବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା 

masiha

Social Worker Professor Dr.Kalimulla feliciated.

Sunil Chandra Nayak

ଗୋଟିଏ କୋଠରୀରେ ଚାଲିଛି ବିଦ୍ୟାଳୟ 

Sunil Chandra Nayak

Leave a Comment

error: Content is protected !!