ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଓ ମାଗଣା ସ୍ବାସ୍ଥ୍ୟସେବା ଶିବିର 

ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ଓ ମାଗଣା ସ୍ବାସ୍ଥ୍ୟସେବା ଶିବିର 

 ଜଳେଶ୍ବର,୧୭|୭(ମନିସ)– ଆଜି ପୂର୍ବାହ୍ନରେ ଭଞ୍ଜ କଲ୍ୟାଣ ମଣ୍ଡପରେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ବାର୍ଷିକ ସାଧାରଣ ଅଧିବେଶନ ସହ ହେଲଥ ଭିଲା ଓ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରର ମିଳିତ ସହଯୋଗରେ ଏକ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଡକ୍ଟର ରମାକାନ୍ତ ଭଞ୍ଜ ସଭାପତିତ୍ବରେ କରିଥିଲେ । ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି ବାର୍ଷିକ ବିବରଣୀ ପାଠ କରି ଥିଲାବେଳେ ମୁଖ୍ଯ ଅତିଥି ଭାବେ ଓଷ୍ଟା ସଂଘର ସଭାପତି ଅକ୍ଷୟ କୁମାର ମିଶ୍ର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସମାଜରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସ୍ଥଳେ ସରକାରଙ୍କ ସେମାନଙ୍କ ପ୍ରତି ଉଦାସୀନତା ସମ୍ପର୍କରେ ଆଲୋକପାତ କରି ଥିଲେ। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ବିଶେଷଜ୍ଞ ଡାକ୍ତର ମିଲିଣ୍ଡ ପରଶାର , ହେଲଥ ଭିଲାର ପରିଚାଳକ ନାରାୟଣ ମଲ୍ଲିକ ଓ ସମାଜସେବୀ ଦିଲ୍ଲୀପ କୁମାର ଗିରି ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଶିକ୍ଷାବିତ ଶ୍ଯାମାଚରଣ ଦାସ,ଭାସ୍କରମିଶ୍ର,ଶ୍ରୀମନ୍ତ କୁମାର ଘୋଷ, ରାଜାରାମ କରଶର୍ମା, ମନୋରଞ୍ଜନ ଦାସ,ସୁନିଲ କୁମାର ନାୟକ ,ସିଦ୍ଧେଶ୍ବର ତ୍ରିପାଠୀ,ସିତାଂଶୁ ସେନାପତି,ବିକାଶ କୁମାର ଧର, ଅପର୍ଣ୍ଣା ଚୌଧୁରୀ, ବନମାଳି ଧଳ, ଅଜିତ କୁମାର ଦାସ, ଜ୍ୟୋତିଷ ଚନ୍ଦ୍ର କର, ପ୍ରାଣକୃଷ୍ଣ ଗିରି,ଡ. ଅକ୍ଷୟ କୁମାର ପରିଡ଼ା,ଇ. ରତ୍ନାକର ରାୟ,କେଦାର ନାଥ ପରିଡ଼ା,ସୁକୁମାର ରଣା, ଆରତୀ ଦାସ ପ୍ରମୁଖ କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜଳେଶ୍ବରକୁ ସବଡିଭିଜନ ଘୋଷଣା,ରାଇବଣିଆକୁ ଆଦିବାସୀ ବକ୍ଲ ଘୋଷଣା,ବାର୍ଦ୍ଧକ୍ଯ ଭତ୍ତା ସହ ସମସ୍ତ ଭତ୍ତାକୁ ୪୦୦୦ ହଜାର ଟଙ୍କାକୁ ବୃଦ୍ଧି, ପୂର୍ବପରି ରେଳ ଯାତ୍ରାରେ ରିହାତି, ଅମୃତ ଭାରତ ଯୋଜନାରେ ଜଳେଶ୍ବର ରେଳଷ୍ଟେସନ କାର୍ଯ୍ଯକୁ ତ୍ବରାନ୍ବିତ କରିବା, ରେଳ ଷ୍ଟେସନ ଉତ୍ତର କେବିନ ପାଖ ରେଳ ଫାଟକ ନିକଟରେ ରେଳ ଓଭରବ୍ରିଜ କିମ୍ବା ଅଣ୍ଡର ପାଶ୍ କାର୍ଯ୍ଯ ଅବିଳମ୍ବେ ଆରମ୍ଭ କରିବା ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୧୨୪ ଜଣ ରୋଗୀଙ୍କୁ ଯୋଗ ଶିକ୍ଷା, ମଧୁମେହ ରକ୍ତ ପରୀକ୍ଷା,ରକ୍ତ ଚାପ ପରୀକ୍ଷା, ମାଗଣା ଚକ୍ଷୁ ପରୀକ୍ଷା ଓ ଚଷମା ପ୍ରଦାନ, ମାଗଣା ଡାକ୍ତର ପରାମର୍ଶ, ବାର୍ଦ୍ଧକ୍ଯଜନିତ ଆଣ୍ଠୁ-ଗଣ୍ଠି ସମସ୍ୟାର ପ୍ରାକୃତିକ ଚିକିତ୍ସା ପ୍ରଦାନ କରାଯାଇ ଥିଲା। ଶିକ୍ଷକ ନେତା ଯୋଗେଶ ଚନ୍ଦ୍ର ରାଉଳ ମଞ୍ଚ ଆହ୍ବାନ କରିଥିବା ବେଳେ ଉପ ସଭାପତି କପିଳେଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପାଞ୍ଚ ପୁଟ ଲମ୍ବାର ଦାମଣା ସାପ ଉଦ୍ଧାର, ଜଙ୍ଗଲ ବିଭାଗଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଗଲା 

masiha

ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ପାଳିତ 

Sunil Chandra Nayak

ରକ୍ତ ରେ ଭିଜିଲା ମା ଶୁଲିଆ ପୀଠ 

masiha

Leave a Comment

error: Content is protected !!