ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଚାଲୁଥିବା ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନର ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ  ରେଳମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଚକ୍ରଧରଧରପୁର ରେଳମଣ୍ଡଳ ପ୍ରଵନ୍ଧକଙ୍କୁ ଲିଖିତ ଦାବିପତ୍ର

ରାଇରଙ୍ଗପୁର – ୧୭/୦୭। ପ୍ରତିବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରେଳ ମନ୍ତ୍ରଣାଳୟ ଏବଂ ରେଳ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇଥାଏ। ଏହା ଏକ ପ୍ରଶଂସନୀୟ ଏବଂ ଜନହିତକର ପଦକ୍ଷେପ, ଯାହା ଦ୍ୱାରା ମୟୂରଭଞ୍ଜ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥ ଧାମ ପୁରୀ ଯାତ୍ରା କରିବାର ସୁଯୋଗ ପାଇଥାନ୍ତି।

ଗତ ବର୍ଷଗୁଡ଼ିକରେ ଏହି ସ୍ପେଶାଲ୍ ଟ୍ରେନ ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ନିୟମିତ ଭାବେ ଠିଆ ହେଉଥିଲା। ଫଳରେ ବହଳଦା, ଟାଙ୍ଗରଯୋଡ଼ା, ଝାରିଟାଣ୍ଡି ଏବଂ ଆଖପାଖ ଗ୍ରାମାଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ପାଉଥିଲେ।

କିନ୍ତୁ ଚଳିତ ବର୍ଷ କୌଣସି ପୂର୍ବ ସୂଚନା ବିନା ବହଳଦା ରୋଡ଼ ରେଳ ଷ୍ଟେସନରେ ଏହି ସ୍ପେଶାଲ୍ ଟ୍ରେନର ଠିଆ ହେବା ବନ୍ଦ କରାଯାଇଛି, ଯାହା ଫଳରେ ଏହି ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଗଭୀର ନିରାଶା ଓ ଅସନ୍ତୋଷ ସୃଷ୍ଟି ହୋଇଛି। ବିଶେଷ କରି ବୃଦ୍ଧ, ମହିଳା ଏବଂ ଦୂରଦୂରାନ୍ତର ଗ୍ରାମାଞ୍ଚଳର ଭକ୍ତମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଶ୍ରୀ ତରୁଣ ହୁରିଆଙ୍କ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପ୍ରଦାନ କରିଛନ୍ତି ଯେ ବାଦାମପାହାଡ଼–ପୁରୀ ସ୍ପେଶାଲ୍ ଟ୍ରେନକୁ ବହଳଦା ରୋଡ଼ ରେଳ ଷ୍ଟେସନରେ ଉଭୟ ଦିଗରେ (ଅପ୍ ଓ ଡାଉନ୍) ପୁନଃ ଠିଆ ହେବା ପାଇଁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିବାକୁ କୃପା କରିବେ, ଯାହା ଫଳରେ ଭକ୍ତମାନେ ସହଜରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାରେ ଯୋଗଦେବାର ସୁଯୋଗ ପାଇପାରିବେ।

ଆପଣଙ୍କର ଏହି ଜନହିତକର ଏବଂ ଭକ୍ତମାନଙ୍କ ଭାବନା ପ୍ରତି ସମ୍ମାନଜନକ ପଦକ୍ଷେପ ପାଇଁ ବହଳଦା ଅଞ୍ଚଳର ସମସ୍ତ ଜନସାଧାରଣ ସଦା ସର୍ବଦା ଆପଣଙ୍କ ନିକଟରେ କୃତଜ୍ଞ ରହିବେ ।ଦାବିପତ୍ର ପ୍ରଦାନ ସମୟରେ ସୁପାଇ ମାଝୀ,ରାମଚନ୍ଦ୍ର ଟୁଡୁ,ରାମଚନ୍ଦ୍ର ବେହେରା,ସୁନିଲ ବେହେରା ,କାହ୍ନୁ,ସୋନୁ ଗୁପ୍ତା,ଶ୍ରୀରାମ ଵେହେରାଏଵଂ ଅନ୍ୟମାନେ ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଡାବୁଗାଁ ବନବିଭାଗ ଦ୍ଵାରା ୭୭ ତମ ବନ ମହୋତ୍ସବ ସପ୍ତାହ -୨୦୨୬ ପାଳନ ଅବସରରେ ସିକିଲି ସଂରକ୍ଷିତ ଜଙ୍ଗଲରେ ଆଜି ଚାରା ରୋପଣ କାର୍ଯ୍ୟକ୍ରମ 

ଥୁଆମୂଳ ରାମପୁର କୃଷି ବିଭାଗ ପକ୍ଷରୁ ପୋଖରା ଗ୍ରାମରେ ଅକ୍ଷୀ ମୁଠି ଅନୁକୂଳ ପୂଜା

Sunil Chandra Nayak

ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ଅନୁଷ୍ଠିତ 

masiha

Leave a Comment

error: Content is protected !!