ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ରଙ୍କ ଉପରେ ଆଲୋଚନା 

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ରଙ୍କ ଉପରେ ଆଲୋଚନା 

ରାୟଗଡା ତା: ୧୨.୦୪.୨୦୨୫ //      ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସ ଅବସରରେ ଶନିବାର ଦିନ ଓଡ଼ିଶାର ବରେଣ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ଜିବନୀ ଓ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  

         ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ ରାୟଗଡା ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ରଘୁନାଥ ଭୁଏ, ସମ୍ମାନିତ ଅତିଥି ରୂପେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମାଝୀ,ବିଶିଷ୍ଟ ଆଇନଜିବୀ ଶ୍ରୀମତୀ ପ୍ରଣତି ପାତ୍ର, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ସରସ୍ଵତୀ ରାୟ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଏବଂ ଆବାହିକା ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ ବରପୁତ୍ର ଓ ପୁତ୍ରୀଙ୍କର ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।

 କାର୍ଯ୍ୟକ୍ରମର ଆବାହିକା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାଏକ ପାଶ୍ଚାତ୍ୟ ସଭ୍ୟତାର କୁପ୍ରଭାବ ବିଷୟରେ ଆଲୋଚନା କରିବା ସହ ଓଡ଼ିଆ ଭାଷା, ପରମ୍ପରା, ବେଶ ପୋଷାକ, ଜୀବନ ଶୈଳୀ ପାଇଁ ଆମ ଓଡିଶା ଗାରିମାମୟ ହୋଇପାରିଛି, ବରପୁତ୍ରଙ୍କ ଜିବନୀ ଆମକୁ ଗର୍ବିତ କରିବା ସହ ଓଡ଼ିଆ ଅସ୍ମିତାର ରକ୍ଷା କରିବାରେ ପ୍ରେରଣା ଦେଇଥାଏ ବୋଲି ପ୍ରକାଶ କରିଥିଲେ । ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ ଓଡ଼ିଆ ବରପୁତ୍ରଙ୍କ ସ୍ବାଭିମାନ, ତ୍ଯାଗ, ବୀରତା ଓ ସଚ୍ଚୋଟ ପଣିଆ ଆଦି ଦିଗ ଉପରେ ଆଲୋକପାତ କରିବା ସହ ନୂତନ ପିଢ଼ି ଏହାର ମାର୍ଗଦର୍ଶୀ ହେବାପାଇଁ ଉତ୍ସାହିତ କରିଥିଲେ । ବରେଣ୍ଯ ଅତିଥିବୃନ୍ଦ ଏ ମାଟିରେ ଜନ୍ମିତ ବରପୁତ୍ରଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ।  

    ଏ ପବିତ୍ର ଏବସରରେ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା ଓ ଅଂଶଗ୍ରହଣକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ର, ଛାତ୍ରୀଙ୍କ ସମେତ ଅନେକ ଓଡିଆ ପ୍ରେମୀ ଏଥିରେ ଯୋଗ ଦେଇଥିଲେ ।  ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

Sunil Chandra Nayak

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଟେବୁଲଟପ୍ ଅଭ୍ୟାସ ବୈଠକ ଅନୁଷ୍ଠିତ ଜରୁରୀକାଳୀନ ପରିସ୍ଥିତିରେ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଉପରେ ଗୁରୁତ୍ଵାରୋପ

masiha

Leave a Comment

error: Content is protected !!