ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

ରାଜ୍ୟ ପୁରସ୍କାର ପାଇଲେ ଶୈଳବାଳା କାର୍ଯ୍ୟକ୍ରମ ଅଧିକାରୀ ଓ ସ୍ୱେଚ୍ଛାସେବୀ 

କଟକ : କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୋଗମୟା ପଣ୍ଡା,ମନସ୍ତତ୍ୱ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜାତୀୟ ସେବା ଯୋଜନା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅଧିକାରୀ ଜାତୀୟ ସେବା ଯୋଜନା ଅଧିକାରୀ ଭାବେ ରାଜ୍ୟ ପୁରସ୍କାର ପାଇଛନ୍ତି । ଶୈଳବାଳା ମହିଳା ସ୍ଵୟଂସାଶିତ ମହାବିଦ୍ୟାଳୟ କେମେଷ୍ଟ୍ରୀ ବିଭାଗର ଛାତ୍ରୀ ଜୟଶ୍ରୀ ସାହୁ ଜାତୀୟ ସେବା ଯୋଜନା ସ୍ଵେ୍ଛାସେବୀ ଭାବେ ରାଜ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି । ଓଡ଼ିଆ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ରାଜ୍ୟ ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟ ରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିିନିୟରସରେ ଆୟୋଜିତ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ସମ୍ମାନିତ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଡକ୍ଟର ବିଚିତ୍ର ପାଣିବଂସ ସମେତ ଅଧ୍ୟାପିକା,ଅଧ୍ୟାପକ ମାନେ ସଫଳ କର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଯୋଗମାୟା ପଣ୍ଡା ଓ ସ୍ୱେଚ୍ଛାସେବୀ ଜୟଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

କବିତା ତାଡିଙ୍ଗି ଙ୍କୁ ଜନ୍ମ ମାଟିରେ ଭବ୍ୟ ସ୍ବାଗତ କଲା ଆଦିବାସୀ କୁଇ କୁଲମ ସମାଜ

Sunil Chandra Nayak

ନେଟଓ୍ଵାର୍କ ଫର ପିପୁଲ ୟୁଥ୍ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଵଣ୍ଟନ

Sunil Chandra Nayak

Leave a Comment

error: Content is protected !!