ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ 

ଡାବୁଗାଁ, ୨୪/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ବିଡ୍ରି ମନ୍ଦିର ନିକଟ ପଡିଆରେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିତ୍ୟାନନ୍ଦ ନାୟକ ଙ୍କ ଆହ୍ଵାନକ୍ରମେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ବ୍ୟକ୍ତିଗତ ସମସ୍ୟା, ଅବସର ପରେ ମଧ୍ୟ ଦୀର୍ଘ ଦିନ ହେଲା ପେନସନ ନମିଳିବା ଉପରେ ଆଲୋଚନା କରାଯାଇଥିଲା | ବ୍ଲକ ଏବଂ ଜିଲା ସ୍ତରରେ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କର କାଗଜପତ୍ର ପଡି ରହିଥିବା ବେଳେ ଜିଲା ସ୍ତରୀୟ ଅଧିକାରୀ ମାନେ ଗୁରୁତ୍ଵ ଦେଉନଥିବା ଯୋଗୁଁ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ମଦୟରେ ଅସନ୍ତୋଷ ପ୍ରକାଶ କରିଥିଲେ | ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କୁ ବ୍ଲକ ଓ ଜିଲା ସ୍ତରୀୟ ଅଧିକାରୀ ମାନେ ମାନୁ ନଥିବା ଅଭିଯୋଗ କରିଛନ୍ତି | ସୂଚନାଯୋଗ୍ୟ- ୩୧ ମାର୍ଚ୍ଚ ୨୦୧୯ ରେ ବାଞ୍ଛାନିଧି ଟାକ୍ରି, ୩୧ ମେ ୨୦୨୧ ସୁବାସ ଚନ୍ଦ୍ର ଡଙ୍ଗରୀ ଓ ୩୧ ମେ ୨୦୨୩ ମସିହାରେ ଅବସର ଗ୍ରହଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପେନସନ ପାଇ ନାହାଁନ୍ତି | ଏଥିରେ ଅତିଥି ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ସଭାପତି ଦୟାନିଧି ଦାଶ, ସାଧାରଣ ସମ୍ପାଦକ କୈଳାସ ସିଂ ଶିଂଘାର ଙ୍କ ସମେତ ପ୍ରାୟ ଜିଲରୁ ମୋଟ ୫୦ ଜଣ ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ

Sunil Chandra Nayak

ଯୁକ୍ତଦୁଇ ପରୀକ୍ଷାରେ ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଆଇନ ସଚେତନତା କର୍ମଶାଳା 

Sunil Chandra Nayak

Leave a Comment

error: Content is protected !!