ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

କୋରାପୁଟ :- ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ କଡ଼ିଙ୍ଗା ମାଳିର ପାହାଡ଼ ଠାରେ ବାହାରୁଥିବା ମୂଲ୍ୟବାନ ବକ୍ସାଇଟ ଖଣିଟିକୁ ଓଡ଼ିଶା ଖଣି ନିଗମ ଦ୍ଵାରା ୨୦୧୭ ମସିହା ଠାରୁ ଖନନ କରି ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ଼ ଠାରେ ଥିବା ବେଦାନ୍ତ କମ୍ପାନୀ କୁ ରପ୍ତାନି କରୁଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ କୈାଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ ହାତକୁ ନେଇନଥିବା ବେଳେ ଚଳିତ ବର୍ଷ OMC ଦ୍ଵାରା ଏକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଥିଲା ତାହା ପୁଣି ଲକ୍ଷ୍ମୀପୁର ଠାରେ ଖୋଲା ନଯାଇ ଜୟପୁର ଠାରେ ଖୋଲାଯାଇଛି। ଏଥିରେ ମଧ୍ୟ ଅଞ୍ଚଳ ବାସୀ କିଛି ପାଟି ଖୋଲି ନଥିଲେ। ଯେତେବେଳେ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷାରେ ନାମ ଲେଖାଇବା ପାଇଁ ଆବେଦନ କଲାବେଳକୁ ଅଞ୍ଚଳ ଦୁଇ ତିନୋଟି ଗ୍ରାମକୁ ସୁଯୋଗ ଦେଇଥିବା ବେଳେ ଲକ୍ଷ୍ମୀପୁର ଅଞ୍ଚଳ ପ୍ରାୟ ଗ୍ରାମକୁ ବାଦ୍ ଦେଇ ଥିବାରୁ ଲକ୍ଷ୍ମୀପୁର ବ୍ଲକର ସର୍ବଦଳୀୟ ଆଗ ଧାଡିର ନେତା ମାନେ ଗତ ୧୭/୦୨/୨୦୨୩ ରିଖ ଦିନ ଲିଖିତ  ଦେଇ ଥିଲେ ମଧ୍ୟ  ୨୬/୦୨ ରିଖ ଭିତରେ କିଛି ପ୍ରତିଶ୍ରୁତି ଦିଆ ନଯାଇ ଥିବାରୁ ଆଜି ଲକ୍ଷ୍ମୀପୁର ବଣିକ ସଂଘ ସଭାପତି ମନୋଜ କୁମାର ସାହୁ ଏବଂ ଲକ୍ଷ୍ମୀପୁର ସରପଞ୍ଚଙ୍କ ନେତୃତ୍ୱରେ କଡ଼ିଙ୍ଗା ମାଳି ପରିଚାଳକଙ୍କ କାର୍ଯ୍ୟାଳୟ ଲକ୍ଷ୍ମୀପୁର ସମ୍ମୁଖରେ ସକାଳ ୧୦ଟା ଠାରୁ ଅପରାହ୍ନ ୧ ଘଣ୍ଟିକା ପ୍ରାୟ ତିନି ଘଣ୍ଟା ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଲକ୍ଷ୍ମୀପୁର କଡ଼ିଙ୍ଗା ମାଳି ପରିଚାଳକ ହେମନ୍ତ କୁମାର ବେହେରା ଆସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଠାରୁ ଲିଖିତ ଦରଖାସ୍ତ ନେବା ତିନି ମାସ ସମୟ ମାଗିଥିଲେ । ଏହା ପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ଓହରି ଯାଇ ତିନି ମାସ ଭିତରେ ପୁରଣ ନହେଲେ OMC ଅଫିସ୍ ରେ ତାଲା ପକାଇ ଜିରୋ ପଏଣ୍ଟ୍ ଠାରେ ରାସ୍ତା ରୋକ କରାଯିବ ବୋଲି ବଣିକ ସଂଘ ସଭାପତି ମନୋଜ କୁମାର ସାହୁ ଚେତାବନୀ ଦେଇଛନ୍ତି।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ମିଟର ରିଡର୍ ଲକ୍ଷ୍ମୀ ନାରାୟଣଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ଥାନାରେ ନୂତନ ସହ ନିରୀକ୍ଷକଙ୍କ ଯୋଗଦାନ

Sunil Chandra Nayak

୨୦ ବର୍ଷ ହେଲା ମାନସିକ ରୋଗୀ ଙ୍କୁ ସହ ଯୋଗ ର ହାତ ବଢ଼ାଇଲେ କରୋନା ଯୋଦ୍ଧା ଡାକ୍ତର ଅନ୍ନଦା ଶଙ୍କର ଦାସ

Sunil Chandra Nayak

Leave a Comment

error: Content is protected !!