ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରିଆଁ ଉ.ପ୍ରା ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ନର୍ଲା (ମନିସ) ପିତାମାତା ହେଉଛନ୍ତି ପିଲାର ପ୍ରଥମ ଗୁରୁ। ସେମାନଙ୍କ ଭାଗିଦାରୀ ପିଲାର ପଢ଼ାରେ ସହାୟକ ହେବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ହାସଲ କରିବାରେ ସହାୟକ ହେବ। ତେଣୁ ସେମାନଙ୍କୁ ପିଲାର ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବାକୁ ଆରମ୍ଭ ହୋଇଛି ଜନ ଭାଗିଦାରୀ କାର୍ଯ୍ୟକ୍ରମ। ଆସନ୍ତା ୧୯ରୁ ୨୨ ତାରିଖ ଯାଏଁ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଏଜୁକେସନ୍ ୱାର୍କିଙ୍ଗ ଗ୍ରୁପ୍ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଛି ଏହି ସଚେତନତାମୂଳକ କାର୍ଯ୍ୟକ୍ରମ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ପକ୍ଷରୁ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା ଯୋଗ ଦେଇଥିଲେ। ଏହି ଅବସରରେ ପିଲାମାନେ ଖରାଛୁଟିରେ ନିଜ ଅନୁଭୂତି ବଖାଣିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜରେ ଅଂଶଗ୍ରହଣ ସହ ଗପ କହିଥିଲେ। ଆୟୋଜିତ କର୍ମଶାଳାରେ ଅତିଥିମାନେ ଏଫ୍ଏଲ୍ଏନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଘର ପରିବେଶରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶ ତଥା ପଠନ ଅଭ୍ୟାସ ବୃଦ୍ଧିରେ କିପରି ସହାୟକ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ପ୍ଲାକାର୍ଡ ଓ ସ୍ଲୋଗାନ୍ ପ୍ରଦର୍ଶିତ ହୋଇଥିଲା ଏବଂ ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଅଭିଭାବକ ଓ ଶିକ୍ଷକମାନେ ଏଫ୍ଏଲ୍ଏନ୍ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପିଲାଙ୍କୁ ଶିକ୍ଷଣରେ ସହାୟତା କରିବାକୁ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ କିଶୋର ତ୍ରିପାଠୀ, ସୁଧୀର ରାଉତ, ବାସୁଦେବ ବାଗ, ଦୟାନିଧି ପଧାନ, ବଳଭଦ୍ର ହରିଜନ ପ୍ରମୁଖ ସହାୟତା କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଳାହାଣ୍ଡି ଜିଲ୍ଲାପାଳଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ଉତ୍ତେଇ ଭେଲି ଉତ୍ପାଦକ କମ୍ପାନୀ ଲିମିଟେଡ଼ର ଏକ ବୈଠକ

masiha

ଓଡ଼ିଆ ଭାଷା ବିକାଶ ମଞ୍ଚ ର କାର୍ଲ ମାର୍କସ ଜୟନ୍ତୀ ପାଳନ ଓ ସ୍ବତନ୍ତ୍ର ପ୍ରଗତିଶୀଳ କାବ୍ୟ ସନ୍ଧ୍ୟା ଆୟୋଜିତ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort