ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଘର ଯୋଜନା, ପଞ୍ଚାୟତ ଜନ ପ୍ରତିନିଧି ସଚେତନତା ଶିବିରରେ ଯୋଗଦେଲେ ଧର୍ମଗଡ ବିଧାୟକ

କୋକସରା,୮/୦୬- ରାଜ୍ୟ ସରକାର ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଆରମ୍ଭ କରିଛନ୍ତି ମୋ ଘର ଯୋଜନା । ଏଣିକି ରାଜ୍ୟର ହିତାଧିକାରୀଙ୍କୁ ମୋ ଘର ପାଇଁ ଯୋଜନା ରେ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯିବ। ତେବେ ମୋ ଘର ପାଇବା ପାଇଁ ହିତାଧିକାରୀଙ୍କ ମାନଦଣ୍ଡ କଣ ରହିବ କୋଉ ଗାଇଡ଼ ଲାଇନ ଅନୁସାରେ ଘର ମିଳିବ ସେନେଇ ଗୁରୁବାର କୋକସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରଶିକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ମୋ ଘର ଯୋଜନା ରାଜ୍ୟ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଳି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର ଓ ୨୨ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳାରେ ମୋ ଘର ସମ୍ପର୍କିତ ସମସ୍ତ ତଥ୍ୟ ଓ ପ୍ରଶିକ୍ଷଣ ଦିଆଯାଇଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା ଓ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ

masiha

କୋକସରା ତହସିଲ କାର୍ଯ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୬୮ ୟୁନିଟ ରକ୍ତ ସଂଗ୍ରହ

masiha

“ବିପ୍ଳବଙ୍କ ଏକଦଶାହରେ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି “

Sunil Chandra Nayak

Leave a Comment

error: Content is protected !!