ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର ୬୦ ଦଶକର ଚିତ୍ର କଣ୍ଢେଇନାଚ 

ହଜି ଯାଇଛି କଣ୍ଢେଇନାଚ ଦୁର୍ଦ୍ଧିନରେ କଳାକାର
୬୦ ଦଶକର ଚିତ୍ର କଣ୍ଢେଇନାଚ 

ଢେଙ୍କାନାଳ (ମନିସ)8/10/25 —  ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ପଞ୍ଚାୟତର କରଡାମଡା ଗ୍ରାମ,ମଧୁସାହୁପାଟଣା ପଞ୍ଚାୟତର ରାଜୁଆପାଟଣା ଗ୍ରାମ,ବଲ୍ୟାମ୍ବା ପଞ୍ଚାୟତର ରାଇଡିହି ଗ୍ରାମ ଓ ବାଲ୍ୟାମ୍ବା ଗ୍ରାମ ଏହି ବିଭିନ୍ନ ଗ୍ରାମର ବ୍ୟବସାୟୀମାନେ ସେହି ଗ୍ରାମର କଳାକାର ମାନଙ୍କୁ ଧରି ବିଭିନ୍ନ ଗ୍ରାମ ମାନଙ୍କରେ କଳାକାର ମାନଙ୍କୁ ନେଇ ଏହି କାଠ କଣ୍ଢେଇ ନାଚ ପରିବେଷଣ କରୁଥିଲେ । ପୂର୍ବ କାଳରେ ଐତିହ ପରମ୍ପରାକୁ ମନେ ପକାଏ ଏହି ଦୃଶ୍ୟ । ଓଡ଼ିଆ ସମାଜର ଅତୀତ ଓ ପରମ୍ପରା ସାମାଜିକ ଚଳଣିକୁ ଆଧୁନିକ ସମାଜ ଭୁଲି ଯାଇଥିବା ବେଳେ ଏହି କଣ୍ଢେଇନାଚ ମଧ୍ୟମରେ ପୁରୁଣା ଯୁଗର କାହାଣୀ ମନେପଡେ । ଦିନଥିଲା ଏହି କାଠ କଣ୍ଢେଇନାଚ ଦେଖିବା ପାଇଁ ଗାଁ ଶେଷ ମୁଣ୍ଡକୁ ଧାଇଁ ଆସୁଥିଲେ ଗାଁ ଝିଅ ବୋହୂ,ଛୋଟ ପିଲାମାନେ ଓ ଲୋକେ । ପୌରାଣିକ ଗୀତିନାଟ୍ୟ ଯଥା ଖୁଲଣାସୁନ୍ଦରୀ,ରାଜାହରିଶ୍ଚନ୍ଦ୍ର,ତଅପୋଇ, ସୀତାଚୋରି,ରାମାୟଣ,ମହାଭାରତ ଓ ସାମାଜିକ ନାଟକ ଭଳି ଏହି ନାଟକକୁ ନିଜର କଣ୍ଢେଇନାଚ ମଧ୍ୟମରେ ନେଇ ପହଞ୍ଚାଉ ଥିଲେ ଏହି କଳାକାର । ଉପରେ ବିଭିନ୍ନ ସୂତା ବାନ୍ଧି ବିଭିନ୍ନ ସମୟରେ ବିଭିନ୍ନ ଶୈଳୀରେ ଏହି କଣ୍ଢେଇ ମାନଙ୍କୁ ନଚାଉ ଥିବା କଳାକାର ଜାଣିଛି ଯେ ଏହା କେତେ କଷ୍ଟ ଦାୟକ କିନ୍ତୁ ସେ ଏହାକୁ ମନରେ ନଭାବି ଲୋକମାନଙ୍କ ମନୋରଞ୍ଜନ ପାଇଁ ସଦାବେଳେ ଚେଷ୍ଟିତ ଥାଏ । ତେବେ ସମୟ ବଦଳିବା ସହ ଟିଭିର ଚାହିଦା ବୃଦ୍ଧି ଏମାନଙ୍କ ବୃତ୍ତି ଉପରେ ପ୍ରଭାବ ପକାଇବା ଆରମ୍ଭ କଲା । ମାଙ୍କଡ ନାଚ,ଗୋଟିପୁଅ ନାଚ,କାଠ କଣ୍ଢେଇ ନାଚ ଏହି ପୁରୁଣା କାହାଣୀ ମନେପଡେ ।କାଳକ୍ରମେ ଚାକ ଚକ୍ୟ ଓ ଆଧୁନିକ ନୃତ୍ୟ,କଳାକାର ନୃତ୍ୟ ଗୀତର ଆବୃତ୍ତିକୁ ନେଇ ଏହି କାଠ କଣ୍ଢେଇନାଚ ପ୍ରାୟ ବନ୍ଦହୋଇ ରହିଥିଲା । ଏହି କଣ୍ଢେଇ ନାଚକୁ ଦେଖିବା ପାଇଁ ବେଶ ଭିଡ ଲାଗି ରହୁଥିଲା । ଏହି ପାର୍ଟି ଉପରେ ନିର୍ଭର କରିଥିବା କଳାକାରମାନେ ବୟସର ଅପରାହ୍ନରେ ପହଞ୍ଚି ସାରିଥିବା କଳାକାରମାନେ ଏବେ ଦୁର୍ଦ୍ଦିନରେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ l ଉପନିର୍ବାଚନ ଏମିତି ଶାନ୍ତି ଶୃଙ୍ଖଳା ସହିତ ବ୍ୟବସ୍ଥିତ ହେବ ଯେ ଏହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ- ଜିଲ୍ଲାପାଳ 

Sunil Chandra Nayak

ସାମାଜିକ ବିକାଶ ଦିଗରେ ଶିଳ୍ପାନୁଷ୍ଠାନ ମାନେ ଦାୟିତ୍ୱବାନ ହୁଅନ୍ତୁ

Sunil Chandra Nayak

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!