ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ନବରଙ୍ଗପୁର:(ମସିହା)କଟକ ଠାରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ବର୍ଷରୁ କମ କ୍ରିକେଟ ଟୁର୍ମାମେଣ୍ଟ ନିମନ୍ତେ ଜିଲ୍ଲା କ୍ରିକେଟ ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଷୋହଳ ବର୍ଷରୁ କମ କ୍ରିକେଟ ଦଳର ଏକ ପନ୍ଦର ଜଣିଆ ଦଳ ଘୋଷଣା କରିଛନ୍ତି। ସେମାନେ ହେଲେ ଏମ. ମଳୟ ସିଙ୍ଗଦ୍ଵାର,ଅଂଶୁମାନ ପଣ୍ଡା, ଚିତ୍ତରଞ୍ଜନ ମାଝୀ, ଏ. ପ୍ରତ୍ୟୁଷ କୁମାର ରାଓ, ପ୍ରବୀଣ କୁମାର ବଣୁଆ, ରୁଦ୍ର ପ୍ରତାପ ପୂଜାରୀ, ପୀୟୂଷ ପଟ୍ଟନାୟକ, ଦୁର୍ଗା ସିଂ, ରାକେଶ କେଉଟ, ନିଶାନ ଉଜେ, ଆଦିତ୍ୟ ତିବାରି, ସାଇ ରୁଦ୍ର ପ୍ରସାଦ ପାତ୍ର, ଅମ ପାଣିଗ୍ରାହୀ, ସୁମିତ କୁମାର ବାଘ, ଅମ ପ୍ରକାଶ ବେହେରା । ଖେଳାଳି ନାମ ଘୋଷଣା କାର୍ଯ୍ୟକ୍ରମ ରେ ସହ ସମ୍ପାଦକଏମ.ଵାଲା କୃଷ୍ନ ରାଓ, ଉପ ସଭାପତି ସୁବେନ୍ଦୁ ନାଥ ବେହେରା, ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଖେଳାଳିଙ୍କୁ ବରିଷ୍ଠ କ୍ରିକେଟ ଖେଳାଳି ଅଶୋକ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚୟନ କରାଯାଇଛି। ଦଳର କୋଚ ଭାବରେ ସାଇ କୁମାର ରାଓ ଏବଂ ମ୍ୟାନେଜର ଭାବରେ ଶଶାଙ୍କ ଶେଖର ବେହେରାଙ୍କୁ ଦାଇତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ଦଳ ଗୃପ ଡି ରେ ସ୍ଥାନ ପାଇଥିବା ବେଳେ କଟକ-ଏ,ଗଂଜାମ, ଅନୁଗୁଳ, ସୁନ୍ଦରଗଡ ଏବଂ ପାରାଦୀପ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୮ ତାରିଖରେ ପାରାଦୀପ ସହ ଦଳ ତାର ପ୍ରଥମ ମ୍ୟାଚ ଖେଳିବ ବୋଲି ଜଣାପଡିଛି।

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

masiha

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

Rourkela School Chess Championship 2025 held 

Sunil Chandra Nayak

Leave a Comment

error: Content is protected !!