ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

କୋକସରା,୨୬/୧୨ // ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମ ଜୟନ୍ତୀ ଅବସରରେ କୋକସରା ଭାରତୀୟ ଜନତା ପାର୍ଟି ପକ୍ଷରୁ କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ପ୍ରଧନୀଙ୍କ ସଭାପତିତ୍ବରେ ବାଜପେୟୀ ଜୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଉପସ୍ଥିତ ବିଜେପି କର୍ମକର୍ତ୍ତା ମାନେ ବାଜପେୟୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତି ଚାରଣ କରିଥିଲେ। ବିଜେପି ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ, ଜନ୍ମେଜୟ ନାୟକ,ମଣ୍ଡଳ ପ୍ରଭାରୀ ଗରୁଡ଼ଧ୍ଵଜ ମାଝୀ, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ଉପ ସଭାପତି ଗୋପାଳ ଅଗ୍ରୱାଲ, ଆଦିବାସୀ ସେଲ ସଭାପତି ମଦନ ମୋହନ ପାତ୍ର, ବିପିନ ବିହାରୀ ମହାରଣା କ୍ଷେତ୍ରମୋହନ ବାଗ ଜିଲ୍ଲା କାର୍ଯ୍ୟକର୍ତ୍ତା ନରେନ୍ଦ୍ର ପ୍ରଧାନୀ ଦୈତାରି ବାରିକ, ମୋତିଲାଲ ନାୟକ, ଗଣେଶ ନନ୍ଦ, ପଦ୍ମଲୋଚନ ନାୟକ, ଅଶୋକ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ସଭାକୁ ମଣ୍ଡଳର ସାଧାରଣ ସମ୍ପାଦକ ତ୍ରିନାଥ ଶବର ପରିଚାଳନା କରିଥିଲେ।

ମସିହା ନିୟୁକ୍ ସର୍ଭିସ୍ 

Related posts

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

ଭୀମ ଆର୍ମୀ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର 

masiha

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

Leave a Comment

error: Content is protected !!